କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଟି-୨୦କୁ ଜିତିନେଲା ୱେଷ୍ଟଇଣ୍ଡିଜ୍ । ୫ ଓ୍ଵିକେଟରେ ଜିତିଲା ୱେଷ୍ଟଇଣ୍ଡିଜ୍ । ଏହାସହ ୫ ଟିକିଆ ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ମୁକାବିଲାକୁ ଭାରତ ୬୮ ରନରେ ଜିତି ନେଇଥିଲା । ଆଜି ଖେଳାଯିବ ତୃତୀୟ ମ୍ୟାଚ୍ । ୱେଷ୍ଟଇଣ୍ଡିଜ ଆଗରେ ଭାରତ ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୫ ଓ୍ଵିକେଟରେ ୧୪୧ ରନ ନରି ବିଜୟୀ ହୋଇଥିଲା ।
ଭାରତୀୟ ବ୍ୟାଟର ବଡ଼ ସ୍କୋର କରିବାରେ ଅସଫଳ ହୋଇଥିଲେ । କ୍ୟାପଟେନ ରୋହିତ ଶର୍ମା କୌଣସି ସ୍କୋର କରିପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୧ ରନକରିଥିଲେ । ୱେଷ୍ଟଇଣ୍ଡିଜବୁ ବିଜୟ ଦେଇଥିଲେ ବ୍ରାଣ୍ଡନ କିଙ୍ଗ ଓ ବୋଲର ଓବେଦ ମ୍ୟାକୟ । ମ୍ୟାକୟ ନେଇଥିଲେ ୪ଟି ଓ୍ଵିକେଟ ।