Below header

ବାତିଲ ହୋଇପାରେ ୧୭ ବର୍ଷରୁ ଫିଫା ମହିଳା ବିଶ୍ବକପ, ଖୁବଶୀଘ୍ର ହେବ ଘୋଷଣା

କରୋନା ସଂକ୍ରମଣ ଯୋଗୁ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ବାତିଲ ହେବା ନେଇ ଉଭୟ ଫିଫା ଓ ଆଞ୍ଚଳିକ ଆୟୋଜକ କମିଟି ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି। ମାତ୍ର ଅଫିସିଆଲ ଭାବେ ଏ ସଂପର୍କରେ କିଛି ଘୋଷଣା ହୋଇନାହିଁ। ସୂଚନା ଅନୁସାରେ, ଯଦି ଏହି ସଂସ୍କରଣ ବାତିଲ ଘୋଷଣା ହୁଏ ତେବେ ପରବର୍ତ୍ତୀ ସଂସ୍କରଣ ଭାରତ ହିଁ ଆୟୋଜନ କରିବ।

ସାରା ବିଶ୍ୱରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ବିଶ୍ୱକପ୍ର କିଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଏ ପର୍ଯ୍ୟନ୍ତ ଆୟୋଜିତ ହୋଇ ପାରିଲା ନାହିଁ। ଆଗକୁ ମଧ୍ୟ ସମ୍ଭବ ହେଲା ଭଳି ମନେ ହେଉ ନାହିଁ। ତେଣୁ ଆସନ୍ତା ଫେବ୍ରୁଆରୀ ୧୭ରୁ ବିଶ୍ୱକପ୍ ଆରମ୍ଭ ହେବା ଆଦୌ ସମ୍ଭବପର ନୁହଁ। ଏ ବିଷୟରେ ଆଞ୍ଚଳିକ ଆୟୋଜକ କମିଟି, ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଏବଂ ଫିଫା ମଧ୍ୟରେ ବାରମ୍ବାର ଆଲୋଚନା ଚାଲିଛି ।

match

ବିଶ୍ୱକପ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚଳିତ ବର୍ଷ ନଭେମ୍ବର ୨ ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଥାନ୍ତା । ମାତ୍ର ସାରା ବିଶ୍ୱରେ କୋଭିଡ୍ ୧୯ ସଂକ୍ରମଣ ଯୋଗୁ ଫିଫା, ସ୍ଥାନୀୟ ଆୟୋଜକ କମିଟି ଏବଂ ଏଆଇଏଫ୍ଏଫ୍ ଟୁର୍ଣ୍ଣାମେଣ୍ଟକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ମୋଟ୍ ୫ଟି ଭେନ୍ୟୁରେ ବିଶ୍ୱକପ୍ ଆୟୋଜିତ ହେବାର ରହିଛି । କୋଲକାତା, ଭୁବନେଶ୍ୱର, ଅହମ୍ମଦାବାଦ, ଗୌହାଟୀ ଏବଂ ନଭି ମୁମ୍ବାଇ ବିଶ୍ୱକପ୍ ଆୟୋଜିତ ହେବାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.