ବିଶ୍ୱକପ ଫାଇନାଲ : ଚୁପ୍‌ ହୋଇ ବସିଛନ୍ତି ୧.୩୦ ଲକ୍ଷ ଦର୍ଶକ, ଭାରତ ଏପର୍ଯ୍ୟନ୍ତ ୨୧୪/୮

ଶୁଭୁନି ପାଟି, ଦେଖାଯାଉନି ଉତ୍ସାହ । ସମସ୍ତେ ଟେନସନ ହୋଇଯାଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଆଉ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ଅଷ୍ଟ୍ରେଲିଆ ଦଳର ବୋଲିଂ ଏବଂ ଫିଲ୍ଡିଂ ଆଗରେ ଭାରତ ଏପର୍ଯ୍ୟନ୍ତ ଭଲ ସ୍କୋର କରିପାରିନାହିଁ ।

ଭାରତର ସବୁଠୁ ବଡ ଷ୍ଟାଡିୟମରେ ଚୁପଚାପ୍‌ ହୋଇବସିଛନ୍ତି ୧.୩୦ ଲକ୍ଷ ଫ୍ୟାନ୍ସ । ଶୁଭୁନି ପାଟି, ଦେଖାଯାଉନି ଉତ୍ସାହ । ସମସ୍ତେ ଟେନସନ ହୋଇଯାଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଆଉ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ଅଷ୍ଟ୍ରେଲିଆ ଦଳର ବୋଲିଂ ଏବଂ ଫିଲ୍ଡିଂ ଆଗରେ ଭାରତ ଏପର୍ଯ୍ୟନ୍ତ ଭଲ ସ୍କୋର କରିପାରିନାହିଁ । ଭାରତ ୪୫ ଓଭର ସୁଦ୍ଧା ୮ ଓ୍ଵିକେଟ ହରାଇ ୨୧୪ ରନ୍‌ କରିଛି । ଆଉ ଷ୍ଟାଡିୟମରେ ବସିଥିବା ୧.୩୦ ଲକ୍ଷ ଲୋକ ଚୁପ୍‌ ହୋଇଯାଇଛନ୍ତି । ଦର୍ଶକଙ୍କ ମଧ୍ୟରେ ସେମିତି କିଛି ଉତ୍ସାହ ଦେଖିବାକୁ ମିଳିନାହିଁ ।

ଫାଇନାଲ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗିଛି । ଷ୍ଟାଣ୍ଡରେ ୧.୩୦ ଲକ୍ଷ ଦର୍ଶକ ବସିଥିବା ବେଳେ ପାଟି ଶୁଭୁନି । ବ୍ୟାଟିଂରେ ଭାରତର ବିପର୍ଯ୍ୟୟ ଘଟିବା ପରେ ସବୁକିଛି ଶାନ୍ତ ପଡିଯାଇଛି । କେବଳ କ୍ରିକେଟ ଫ୍ୟାନ୍ସ ନୁହେଁ ବଲିଉଡ ସେଲିବ୍ରିଟି ମଧ୍ୟ ଉପସ୍ଥିତ ରହିଛନ୍ତି ।

ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ ଦେଇଥିଲା । ହେଲେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ୪ ରନ କରି ଆଉଟ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଆଉଟ୍ ପରେ କ୍ୟାଚ ଆଉଟ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ୩୧ ବଲରେ ୪୭ ରନ ସଂଗ୍ରହ କରି ପାଭିଲିୟନକୁ ଫେରିଯାଇଛନ୍ତି । ମ୍ୟାକ୍ସ ୱେଲଙ୍କ ବଲକୁ ବୁଝି ନପାରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ । ପରେ ପରେ ଶ୍ରେୟସ ଆୟର ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି ।

ଏହାପରେ ବିରାଟ ଏବଂ କେଏଲ ରାହୁଲ ପାରି ସମ୍ଭାଳିଥିଲେ । କିନ୍ତୁ ବିରାଟ ଅର୍ଦ୍ଧଶତକ ମାରିବା ପରେ ପ୍ୟାଟ୍ କେମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି କୋହଲି ।
ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୬୬ ରନ୍‌ କରି ଆଉଟ ହୋଇଯାଇଛନ୍ତି । ଫଳରେ ଭାରତୀୟଙ୍କ ଆଶା ମଉଳିଯାଇଛି । ଜାଡେଜା ଆଉଟ ହେବା ପରେ କେଏଲ ରାହୁଲଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । କେଏଲ ରାହୁଲ ଆଉଟ ହେବା ପରେ ସାମି, ବୁମରା ମଧ୍ୟ ଆଉଟ୍‌ ହୋଇଛନ୍ତି । ତେବେ ଭାରତ ୪୫ ଓଭର ସୁଦ୍ଧା ୮ ଓ୍ଵିକେଟ ହରାଇ ୨୧୪ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.