ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ଫିଦା ହେଲେ ଯୁବରାଜ ସିଂ, ହୃଦୟ ଖୋଲି କହିଲେ ନିଜ ମନର କଥା, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ନିଜର ଲମ୍ବା ଛକାକୁ ନେଇ ବେଶ୍‌ ଲୋକପ୍ରିୟ ଥିଲେ। କଭର୍‌ ଡ୍ରାଇଭ୍‌ ଏବଂ ଅନ୍‌ ଡ୍ରାଇଭ୍‌ର ଭିଡିଓ ଯଦି ଦେଖାଯାଏ, ତା’ହେଲେ ଆଜି ବି ଲୋମ ଟାଙ୍କୁରି ଉଠିବ। ବଲିଉଡ୍‌ ଅଭିନେତ୍ରୀ ହେଜଲ୍‌ କୀଚ୍‌ଙ୍କୁ ବିବାହ କରିଥିବା ଯୁବି ପୁଣି ଜଣେ ଅଭିନେତ୍ରୀଙ୍କ ଉପରେ ଫିଦା ହୋଇଛନ୍ତି। କିନ୍ତୁ ଏଥର ମାମଲା ପ୍ରେମଭରା ନୁହେଁ, ବରଂ ତାଙ୍କ ହୃଦୟ ଚୋରାଇଥିଲା ଅଭିନେତ୍ରୀଙ୍କ କ୍ରିକେଟ ଖେଳ।

u6

କଥାଟି ହେଲା, ବଲିଉଡ୍‌ ଅଭିନେତ୍ରୀ ସିୟାମି ଖେର୍‌ କ୍ରିକେଟ୍‌ ଖେଳୁଥିବାର ଏକ ଭିଡିଓ ଟୁଇଟ୍‌ କରିଥିଲେ, ଯେଉଁଥିରେ ସେ ଫ୍ରଣ୍ଟ ଫୁଟ୍‌ ଶଟ୍‌ ଖେଳୁଥିବାର ନଜର ଆସୁଛନ୍ତି। ସେହି ଶଟ୍‌ ଉପରେ ଯୁବି ଫିଦା ହୋଇଯାଇଛନ୍ତି। ସେ ଟୁଇଟରରେ ସିୟାମିଙ୍କ ଫୁଟ୍‌ଓ୍ଵାର୍କକୁ ବେଶ୍‌ ପ୍ରଶଂସା କରିଛନ୍ତି।

ଏହାପରେ ସିୟାମି ଯୁବରାଜଙ୍କ ରିପ୍ଲାଏର ଉତ୍ତର ଦେଇଥିଲେ। ସେ କହିଥିଲେ, ‘ମୁଁ ଏବେ ବି ଆପଣଙ୍କୁ ବୋଲିଂ କରିବା ରୂପରେ ପ୍ରତୀକ୍ଷା କରିଛି’। କହି ରଖୁଛୁ କି, ରାକେଶ ଓମ୍‌ ପ୍ରକାଶ ମେହେରାଙ୍କ ଫିଲ୍ମ ‘ମିର୍ଜିୟା’ରେ ନଜର ଆସିଥିବା ସିୟାମି ୨୦୧୨ରେ କିଙ୍ଗ୍‌ଫିଶର କ୍ୟାଲେଣ୍ଡର ଗାର୍ଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.