ପ୍ରଥମ ଥର ପାଇଁ ପୁଅର ଫଟୋ ସେୟାର କଲେ ଯୁବରାଜ ସିଂହ ଓ ହେଜଲ କିଚ୍‌, ନାଁର ବି କଲେ ଖୁଲାସା

ଫାଦର୍ସ ଡେ’ ଅବସରରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲରାଉଣ୍ଡର ଯୁବରାଜ ସିଂହ ଓ ତାଙ୍କ ସ୍ତ୍ରୀ ହେଜଲ କିଚ୍‌ ଟ୍ଵିଟରରେ ନିଜ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ, ଯୁବରାଜ ଓ ହେଜଲ ନିଜ ଗେହ୍ଲା ପୁଅର ନାଁର ବି ଖୁଲାସା କରିଛନ୍ତି। ଯୁବରାଜ ଓ ହେଜଲ କିଚ୍‌ ପୁଅର ନାଁ ରଖିଛନ୍ତି ଓରିୟନ୍‌।

ଏହି ଦମ୍ପତି ଗ୍ରୁପ୍‌ ଫଟୋ ସେୟାର କରି ଲେଖିଛନ୍ତି- ଏହି ଦୁନିଆକୁ ତୁମକୁ ସ୍ୱାଗତ କରୁଛି ଓରିୟନ୍‌ କିଚ୍‌ ସିଂହ। ପାପା-ମମ୍ମି ନିଜ ‘ପୁତର’କୁ ବହୁତ ଭଲ ପାଆନ୍ତି। ତୁମର ପ୍ରତିଟି ହସ ଆମକୁ ଆନନ୍ଦ ଦିଏ।

ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ସମସ୍ତେ ଯୁବିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ବଲିଉଡ୍‌ ଷ୍ଟାର ଅଭିଷେକ ବଚ୍ଚନ, ଇଂଲଣ୍ଡର ପୂର୍ବ କ୍ୟାପ୍‌ଟେନ୍‌ ବେଭିନ୍‌ ପିଟରସନ୍‌ ସମେତ ବହୁ ବଡ଼ ବଡ଼ ସେଲିବ୍ରିଟି ଓ କ୍ରିକେଟର ଯୁବରାଜ -ହେଜଲ କିଚ୍‌ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସୂଚନାଯୋଗ୍ୟ ଯେ ୨୫ ଜାନୁଆରୀ ୨୦୨୨ରେ ଟ୍ଵିଟ୍‌ କରି ଫ୍ୟାନ୍‌ଙ୍କୁ ଖୁସି ଖବର ଦେଇଥିଲେ ଯେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏହି ଟ୍ଵିଟ୍‌ ସହ ସେ ସମସ୍ତଙ୍କୁ ତାଙ୍କ ପ୍ରାଇଭେସୀକୁ ସମ୍ମାନ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ। ସେତେବେଳେ ଯୁବରାଜ ଟ୍ଵିଟ୍‌ କରି ଲେଖିଥିଲେ-ଆମର ସମସ୍ତ ଫ୍ୟାନ୍‌, ପରିବାର ଓ ବନ୍ଧୁଙ୍କୁ ଏହା କହିବା ବେଳେ ଆମେ ବହୁତ ଖୁସି ଅଛୁ ଯେ ଆଜି ଭଗବାନ ଆପଣଙ୍କୁ ଏକ ପୁତ୍ର ସନ୍ତାନର ଆଶୀର୍ବାଦ ଦେଇଛନ୍ତି। ଭଗବାନଙ୍କୁ ଏହି ଆଶୀର୍ବାଦ ପାଇଁ ଧନ୍ୟବାଦ ଦେବା ସହ ପୁଅକୁ ଆମେ ଦୁନିଆକୁ ସ୍ୱାଗତ କରୁଛୁ। ଆଶା କରୁଛୁ ଆପଣମାନେ ଆମ ପ୍ରାଇଭେସୀକୁ ସମ୍ମାନ ଦେବେ।

ପ୍ରକାଶ ଯେ ଯୁବରାଜ ସିଂହ ଓ ହେଜଲ ଅନେକ ଥର ନିଜ ଲଭ୍‌ ଷ୍ଟୋରୀକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଯୁବରାଜ ପ୍ରଥମ ଭେଟରେ ହେଜଲଙ୍କୁ ହାଏ କହିଥିଲେ ଓ କଫି ଅଫର କରିଥିଲେ। ଏ ନେଇ ସେ ଏକ କମେଡି ଶୋ’ରେ ଖୁଲାସା କରିଥିଲେ।

Also Read: ଆଜମଗଡ଼ ନାଁ ହେବ ଆର୍ଯ୍ୟମଗଡ଼! ଯୋଗୀ ଆଦିତ୍ୟନାଥ ଦେଲେ ସଙ୍କେତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.