ଆଜମଗଡ଼ ନାଁ ହେବ ଆର୍ଯ୍ୟମଗଡ଼! ଯୋଗୀ ଆଦିତ୍ୟନାଥ ଦେଲେ ସଙ୍କେତ

ଉତ୍ତର ପ୍ରଦେଶ: ବଦଳିପାରେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ନାଁ। ଏ ନେଇ ରବିବାର ଦିନ ସଙ୍କେତ ଦେଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଆଦିତ୍ୟନାଥ ସରକାର ଇତି ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାର ନାଁ ବଦଳାଇ ସାରିଛନ୍ତି। ରବିବାର ଦିନ ଯୋଗୀ ଦିନେଶ ଲାଲ ଯାଦବ ନିରହୁଆଙ୍କ ଲାଗି ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା ବେଳେ ଆଜମଗଡ଼ର ନାଁ ବଦଳାଇବାକୁ ସଙ୍କେତ ଦେଇଛନ୍ତି।
ଗତ ବର୍ଷ ନଭେମ୍ବର ମାସ ଭଳି ଯୋଗୀ ଆଦିତ୍ୟନାଥ ଏଥରକ ମଧ୍ୟ ନାଁ ବଦଳାଇବାକୁ ସଙ୍କେତ ଦେଇଛନ୍ତି। ଦିନେଶ ଲାଲ ଯାଦବ ନିରହୁଆଙ୍କ ପାଇଁ ପ୍ରଚାର କରିବାକୁ ଆଜମଗଡ଼ ପହଞ୍ଚି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜମଗଡ଼କୁ ଆର୍ଯ୍ୟମ୍ଗଡ଼ କରିବା ପ୍ରକ୍ରିୟା ସହ ଯୋଡ଼ି ହେବାକୁ ଆପଣଙ୍କ ନିକଟକୁ ସୁଯୋଗ ଆସିଛି। ଭୁଲିବେ ନାହିଁ।
आजमगढ़ को आर्यमगढ़ बनाने की प्रक्रिया के साथ जुड़ने का अवसर आपके पास आया है।
चूकिएगा मत! pic.twitter.com/7E4nS4udjk
— Yogi Adityanath (@myogiadityanath) June 19, 2022
ସେ କହିଛନ୍ତି, ରାଜ୍ୟବାସୀ ୪ ଥର ବସପା ଓ ତିନି ଥର ସପାକୁ ସରକାର ଗାଦିରେ ବସାଇଛନ୍ତି। କିନ୍ତୁ ସପା ଓ ବସପା ଆଜମଗଡ଼ର ଜନତାଙ୍କୁ ଧୋକା ଦେଇଛନ୍ତି। ଏମାନଙ୍କ ବିକାଶ ପାଇଁ କିଛି ଏଜେଣ୍ଡା କରାଯାଇ ନାହିଁ। ଆଜମଗଡ଼କୁ ଆତଙ୍କବାଦୀଙ୍କ ଗଡ଼ ହେବାକୁ ଦିଅନ୍ତୁ ନାହିଁ। ଆଜମଗଡ଼କୁ ବିକାଶ ମାଧ୍ୟମରେ ଆର୍ଯ୍ୟମଗଡ଼ ତିଆରି କରିବା ପ୍ରକ୍ରିୟା ସହ ଯୋଡ଼ିବାକୁ ଆସିଛି। ଏ ଅବସରକୁ ଆପଣ ହାତଛଡ଼ା କରନ୍ତୁ ନାହିଁ। ଭଗବାନ ଆପଣଙ୍କୁ ଏକ ସୁଯୋଗ ଦେଇଛନ୍ତି, ତାହାକୁ ଉପଯୋଗ କରନ୍ତୁ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।
आज बाबा भंवरनाथ जी की पुण्यभूमि आजमगढ़ के चक्रपानपुर व बिलरियागंज क्षेत्र में जनसभा को संबोधित किया।
यहां की राष्ट्रवादी जनता सुशासन व विकास पर अपने विश्वास की मुहर लगाते हुए श्री दिनेश लाल यादव ‘निरहुआ’ जी को भारी मतों से विजयी बनाने जा रही है। pic.twitter.com/sllzTeWFf3
— Yogi Adityanath (@myogiadityanath) June 19, 2022
ପୂର୍ବରୁ ୨୦୨୧ରେ ମଧ୍ୟ ଯୋଗୀ ଆଦିତ୍ୟନାଥ ଆଜମଗଡ଼ରେ ଏକ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଆଜମଗଡ଼ର ନାଁ ବଦଳାଇବାକୁ ସଙ୍କେତ ଦେଇଥିଲେ। ଏ ଅବସରରେ ସେ କହିଥିଲେ, ଆଜମଗଡ଼ର ଏହି ବିଶ୍ୱବିଦ୍ୟାଳୟ ପ୍ରକୃତରେ ଆଜମଗଡ଼କୁ ଆର୍ଯ୍ୟମଗଡ଼ କରି ଦେବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
Also Read: ଟିକ୍ଟକ୍ର ରେକର୍ଡ ଭାଙ୍ଗିଲା Youtube Shorts, ପ୍ରତି ମାସରେ ବ୍ୟବହାର କରୁଛନ୍ତି ୧୫୦ କୋଟି ଲୋକ