ଅଗ୍ନିପଥ ଯୋଜନା ୨୦୨୨: ସ୍ଥଳସେନାରେ ନିଯୁକ୍ତି ନେଇ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ କଣ ରହିଛି ଯୋଗ୍ୟତା

ବର୍ତ୍ତମାନ ସମୟରେ ଦେଶ ବ୍ୟାପି “ଅଗ୍ନିପଥ ସ୍କିମ”କୁ ନେଇ ଚର୍ଚ୍ଚା ଜୋର ଧରିଛି  । ଗତ ଜୁନ ୧୪ ତାରିଖରେ ଏହା ଲାଗୁ ହେବା ଦିନ ଠାରୁ ହିଁ ଏହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି  । ଦେଶର ଇଛୁକ ଯୁବକ ମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ଦେବାକୁ ନେଇ ଅଗ୍ନିପଥ ନିଯୁକ୍ତି ୨୦୨୨ ନିମନ୍ତେ ବିସ୍ତୃତ ବିବରଣୀ ଜାରି ହୋଇଛି  । ଯେଉଁ ଯୁବପିଢ଼ିମାନେ “ଅଗ୍ନିବୀର” ସ୍କିମରେ ନିଜ ନିଜ ନାଁ ରେଜିଷ୍ଟାର କରିଛନ୍ତି ସେମାନେ ଭାରତୀୟ ଆର୍ମି କିମ୍ବା ଭାରତୀୟ ନୌସେନା କିମ୍ବା ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇପାରିବେ  । ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିସ୍ତୃତ ବିବରଣୀ ଜୁନ ୨୦ ତାରିଖରୁ ଜାରି ହେବ  । ଯେଉଁ ଅଗ୍ନିବୀର ମାନେ ଭାରତୀୟ ସେନାରେ ନିଯୁକ୍ତି ନେଇ ଆବେଦନ କରିବାକୁ ଓ ନିଜ ନାଁ ରେଜିଷ୍ଟାର କରିବାକୁ ଚାହୁଁଛନ୍ତି ସେମାନେ ଆଜି ଠାରୁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ  । ଅଗ୍ନିପଥ ନିଯୁକ୍ତି ନେଇ ବିସ୍ତୃତ ବିବରଣୀ ତଳେ ଦିଆଯାଇଛି  ।

ଅଗ୍ନିପଥ ନିଯୁକ୍ତି ନେଇ ସୂଚନା, ୨୦୨୨

ଭାରତୀୟ ସେନା – ଜୁନ ୨୦, ୨୦୨୨

ଭାରତୀୟ ବାୟୁ ସେନା- ଜୁନ ୨୪, ୨୦୨୨

ଭାରତୀୟ ନୌସେନା- ଜୁନ ୨୧, ୨୦୨୨

ଏକ ଖବର ସରବରାହ ସଂସ୍ଥା ବା ପିଟିଆଇ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଅଧିକାରୀ ଲେଫନାଣ୍ଟ ଜେନେରାଲ ବଂଶୀ ପୋନାପା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତିକି ଆଜି ସନ୍ଧ୍ୟା ସୁଦ୍ଧା ଇଣ୍ଡିଆନ ଆର୍ମି କିମ୍ବା ଭାରତୀୟ ସେନା ପକ୍ଷରୁ ଆବେଦନ ପ୍ରକ୍ରିୟା ଜାରି ହୋଇପାରେ  । ଅନ୍ୟାନ ପଦପଦବୀ ପାଇଁ ଆସନ୍ତା ଜୁଲାଇ ପହିଲାରୁ ନିଯୁକ୍ତି ପ୍ରକ୍ରିୟା ଜାରି ହୋଇପାରେ  । ଲାଟେଷ୍ଟ ଅପଡେଟ ପାଇବା ପାଇଁ ସାଇଟକୁ ଯାଇ ଚେକ କରିନିଅନ୍ତୁ  । ଆବେଦନ କରିବା ପାଇଁ ଲିଙ୍କ ଓ ଏନେଇ ସଠିକ ପ୍ରକ୍ରିୟା ବାବଦରେ ଖୁବ ଶୀଘ୍ର ଜଣାଇ ଦିଆଯିବ  । ଏଥିନେଇ ଇଛୁକ ଥିବା ପ୍ରାର୍ଥୀ ସମୟାନୁସାରେ ପ୍ରତିରକ୍ଷା ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ଏବାବଦରେ ଅଧିକ ସୂଚନା ପାଇପାରିବେ  ।