Below header

ସାନିଆ ମିର୍ଜାଙ୍କୁ ହାଏ ହାଏ ମିର୍ଚ୍ଚି କହିଲେ ଯୁବରାଜ ସିଂହ, ଏମିତି ରିପ୍ଲାଏ ଦେଲେ ଟେନିସ୍‌ ଷ୍ଟାର

ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କ ଜନ୍ମଦିନ ନଭେମ୍ବର ୧୫ ତାରିଖରେ ପାଳିତ ହୋଇଛି। ସାନିଆ ଚଳିତବର୍ଷ ୩୩ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନ ଅବସରରେ ସାନିଆଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଟେନିସ୍‌ ଷ୍ଟାରଙ୍କ ଜନ୍ମଦିନରେ କ୍ରିକେଟର ଯୁବରାଜ ସିଂହ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏକ ଅଲଗା ଅନ୍ଦାଜରେ। ଯୁବରାଜ ସାନିଆଙ୍କୁ ଟ୍ଵିଟରେ ‘‘ହାଏ ହାଏ ମିର୍ଚ୍ଚି, ଜନ୍ମଦିନର ଶୁଭେଚ୍ଛା ମୋ ପ୍ରିୟ ବନ୍ଧୁ’’ ବୋଲି ଲେଖି ଅଭିନନ୍ଦନ ଜଣାଇଛନ୍ତି।

ଯୁବରାଜଙ୍କ ଟ୍ଵିଟ୍‌ର ଉତ୍ତରରେ ସାନିଆ ମଧ୍ୟ ଏକ ମଜାଳିଆ ଜବାବ୍‌ ରଖିଛନ୍ତି। ସାନିଆ ଏହାର ରିପ୍ଲାଏରେ ‘‘ହେ ମୋଟୁ, ଧନ୍ୟବାଦ ମୋର ସବୁଠାରୁ ଭଲ ସାଙ୍ଗ’’ ବୋଲି ଲେଖିଛନ୍ତି।

ଏହାସହ ପଢ଼ନ୍ତୁ:ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛି କଙ୍ଗାରୁ ଦଳର ଏହି କ୍ରିକେଟରଙ୍କ ଝିଅ

କେବଳ ଏହି ଗୋଟିଏ ଥର ନୁହେଁ ପୂର୍ବରୁ ମଧ୍ୟ ସାନିଆ ଓ ଯୁବରାଜଙ୍କ ଛୋଟ ଛୋଟ ମଜାକ୍‌ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ନିକଟରେ ଯୁବରାଜ ଏକ ଫଟୋ ପୋଷ୍ଟ କରି ନିଜକୁ ଚିକନା ଚମେଲା ବୋଲି ସମ୍ବୋଧିତ କରି ଲେଖିଥିଲେ ଯେ ଏହି ନୂଆ ଲୁକ୍‌ ଭଲ ଲାଗୁଛି ନା ଦାଢ଼ି ରଖିବି? ଏଥିରେ ସାନିଆ କମେଣ୍ଟ କରିଥିଲେ ଯେ ଚିନ୍‌ ଲୁଚାଇବାକୁ ପାଉଟ୍‌ କରୁଛ?? ଦାଢ଼ି ରଖନ୍ତୁ।

 

View this post on Instagram

 

New look 👀 chikna chamela !!😄🤪or should I bring back the beard 🧔?

A post shared by Yuvraj Singh (@yuvisofficial) on

ସାନିଆ ଓ ଯୁବରାଜଙ୍କ ବନ୍ଧୁତା ଖୁବ୍‌ ପୁରୁଣା ଓ ଦୁହେଁ ପରସ୍ପରକୁ ଭଲ ଭାବେ ବୁଝିଥାନ୍ତି ବୋଲି ଉଭୟଙ୍କ କଥାବାର୍ତ୍ତାରୁ ବୁଝାପଡ଼ୁଛି। ୟୁଜରମାନେ ମଧ୍ୟ ଉଭୟଙ୍କ ବନ୍ଧୁତାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.