ବାହାନଗା ଟ୍ରେନ ଦୁର୍ଘଟଣା: ପୀଡିତଙ୍କୁ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଚହଲ, ଦାନ କଲେ ୧ ଲକ୍ଷ ଟଙ୍କା

ୟୁଜବେନ୍ଦ୍ର ଚହଲ ସହାୟତାର ହାତ ବଢାଇଥିଲେ । ଓଡିଶାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପୀଡିତଙ୍କୁ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଚହଲ ।

ଓଡିଶା ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଅତିକମରେ ୨୭୫ ଲୋଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପରିଜନ ଲୋକେ ହସପିଟାଲରେ ପହଞ୍ଚି ଖୋଜି ମୃତଦେହକୁ ଗ୍ରହଣ କରୁଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ପୀଡିତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ୟୁଜବେନ୍ଦ୍ର ଚହଲ ।

ଚହଲ ଟ୍ରେନ ଦୁର୍ଘଟଣା ପାଇଁ ଚ୍ଯାରିଟି କାର୍ଯ୍ୟ ପାଇଁ ସ୍କାଉଟ ଗେମିଂ ଚ୍ୟାନେଲ ଦ୍ବାରା ଆୟୋଜିତ ଷ୍ଟ୍ରିମରେ ଓଡିଶା ଟ୍ରେନ ଦୁର୍ଘଟଣା ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଚହଲଙ୍କୁ ମୋବାଇଲ ଗେମ୍ ଖେଳିବା ବହୁତ ପସନ୍ଦ । ପବଜୀ ଗେମ୍ ଖେଳ ତାଙ୍କୁ ବହୁତ ପସନ୍ଦ । ଆଉ ଗେମ୍ ଖେଳିବା ସମୟରେ ସେ ଏହି ଦାନ କରିଛନ୍ତି । ଅନେକ ୟୁଟ୍ଯୁବର ଓଡିଶାକୁ ଟ୍ରେନ ଦୁର୍ଘଟଣାରେ ସହାୟତା ପାଇଁ ଦାନ କରୁଛନ୍ତି ।

କେବଳ ଚହଲ ନୁହେଁ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଓଡିଶା ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ ପିଲାଙ୍କ ମାଗଣା ଶିକ୍ଷା ଦେବାକୁ କହିଛନ୍ତି । ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବେ । ଟ୍ଵିଟ୍ କରି କହିଛନ୍ତି ‘ଏହି ଦୃଶ୍ୟ ଆମକୁ ଅନେକ ଦିନ ପର୍ଯ୍ୟନ୍ତ ବିଚଳିତ କରିବ । ଦୁଃଖ ସମୟରେ ଅତିକମରେ ମୁଁ ଏତିକି କରିପାରିବି ଯେ, ଏଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବି । ଏହିସବୁ ପିଲାମାନେ ସେହ୍ଵାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମାଗଣା ଶିକ୍ଷା ଦିଆଯିବ ।

ସୂଚନାଯୋଗ୍ୟ, ଓଡିଶାର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଧନଜୀବନ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ସମସ୍ତେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁକିଛି କାମ ହେଉଛି । କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । କିଭଳି ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ହେବ ତାହା ମଧ୍ୟ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.