ଭଦ୍ରକ: ବଜରାପୁର ଗାଁରେ ବଜ୍ରାଘାତ, ଜଣେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜାରପୁର ପଞ୍ଚାୟତର ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଯୁବକ ଜଣକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଯୁବକ ଜଣକ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ସେ ଚାନ୍ଦବାଲି ବଜରାପୁର ପଞ୍ଚାୟତରେ ରହି ଏକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିଲେ ବୋଲି ଜଣାଯାଇଛି।
Also Read: ମମତାଙ୍କ ମହାମେଳି: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡାକିଲେ ଅଣବିଜେପି ବୈଠକ, ଯୋଗ ଦେଲାନି ବିଜେଡି