ଆଜିଠାରୁ ୧୪ ଦିନ ଧରି ଦର୍ଶନ ଦେବେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ଅଲାରନାଥ

ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତର । ଭକ୍ତ ବିନା ଭଗବାନର ଯେମିତି ଅସ୍ତିତ୍ୱ ନାହିଁ । ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିଛନ୍ତି । ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଚାଲିଛି । ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ରହିଲେ ୧୪ ଦିନ ପାଇଁ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଆନ୍ତି । ଅନ୍ୟପଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେମିତି ବଞ୍ଚିତ ନହୁଏ ସେଥିପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥଙ୍କୁ ଭକ୍ତ ଦର୍ଶନ କରିଥାନ୍ତି । ଅଲାରନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ସ୍ୱୟଂ ନାରାୟଣଙ୍କ ସ୍ୱରୂପ । ତେଣୁ ଏଠାରେ ୧୪ ଦିନ ଧରି ଭକ୍ତଙ୍କ ପ୍ରବଳ ଗହଳି ଲାଗେ ।

ଆଜି ଠାରୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ । ୧୪ଦିନ ଧରି ଚାଲିବ ଅଣସର ଦର୍ଶନ ।ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । କୋଭିଡି କଟକଣା ପାଇଁ ଦୁଇ ବର୍ଷ ବନ୍ଦ ଥିଲା ଅଣସର ଦର୍ଶନ । ଆଜି ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ । ଗତକାଲି ଶ୍ରୀ ଜୀଉଙ୍କର ସ୍ନାନ ପଣ୍ଡପରେ ୧୦୮ ସୁବାସିତ ଜାଲରେ ସ୍ନାନ ପରେ ମହାପ୍ରଭୁ ଚତୁର୍ଦ୍ଧମୂର୍ତ୍ତି ଅଣସର ଗୃହକୁ ଗୁପ୍ତ ନୀତି ପାଇଁ ଯାଇଛନ୍ତି । ସେଠାରେ ମହାପ୍ରଭୁ ଚତୁ୍ଦ୍ଧାମୂର୍ତ୍ତିଙ୍କ ସେବା ଅନୁଷ୍ଠିତ ହୋଇଛି । ଭକ୍ତ ମାନେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନପାଇ ଛୁଟି ଆସିଥାନ୍ତି, ସୁଦୂର ବ୍ରହ୍ମଗିରି ସ୍ଥିତ ଅଲାରପୂର୍ ଗାଁରେ ଥିବା ଶିଲାବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତୀ ନାରାୟଣ ବେଶ ରେ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କରିଥାନ୍ତି । ବର୍ଷକ ୩୬୫ ଦିନରୁ ୩୫୧ ଦିନ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଲେ ଯେଉଁ ପୁଣ୍ୟ ମିଳେ ଅଣସର ୧୪ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କଲେ ସମ୍ମାନ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ସେଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ଅଣସର ଦର୍ଶନ ଆଜି ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି ।

କୁହାଯାଏ ପ୍ରଭୁ ଅଲାରନାଥ ସତ୍ୟ ଯୁଗରୁ ବ୍ରହ୍ମଗିରିରେ ଅବସ୍ଥାନ କରୁଛନ୍ତି । ତେବେ ତାଙ୍କର ଲୀଳା ଗୁପ୍ତ ଭାବେ ଚାଲିଥିଲା । ତାମିଲନାଡୁର ଜଣେ ତାନ୍ତ୍ରିକ ତଥା ଭକ୍ତ ଅଲବନ୍ଦା ଆଚାର‌୍ୟ୍ୟ ପୁରୀରେ ପ୍ରଭୁଙ୍କ ଦର୍ଶନ ନପାଇ ଖୁବ୍ ବ୍ୟଥିତ ହୋଇଥିଲେ । ତାଙ୍କ ଦୁଃଖ ଦେଖି ମହାପ୍ରଭୁ ଅଲାରନାଥ ରୁପରେ ତାଙ୍କୁ ବ୍ରହ୍ମଗିରିରେ ଦର୍ଶନ କରିବାକୁ କହିଥିଲେ । ଏହି ଅଲବନ୍ଦାଙ୍କ ନାମରୁ ପ୍ରଭୁ ଅଲାରନାଥ ହୋଇଥିବା କୁହାଯାଏ ।

ଆହୁରି ମଧ୍ୟ କିମ୍ବଦନ୍ତୀ ରହିଛି ଯେ ପ୍ରଭୁ ଶ୍ରୀଚୈତନ୍ୟ ତାଙ୍କର ଶେଷ ଜୀବନ ଶ୍ରୀକ୍ଷେତ୍ରରେ କଟାଇଥିଲେ । ଏଠାରେ ରହିବା ଭିତରେ ପ୍ରତି ଦିନ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି । ତେବେ ପ୍ରଭୁ ଅଣସର ଘରେ ରହିବାରୁ ସେ ଆଉ ପ୍ରତ୍ୟକ୍ଷ ଭାବେ ଦର୍ଶନ କରି ପାରିଲେ ନାହିଁ । ଏଥିଯୋଗୁଁ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଲା । ଭକ୍ତର ବିକଳ ଦେଖି ପ୍ରଭୁ ଜଗନ୍ନାଥ ତାଙ୍କୁ ଅଲାରନାଥଙ୍କ ଦର୍ଶନ କରିବାକୁ କହିଲେ । ସେବେଠାରୁ ବିଶେଷ ଭାବେ ଅଲାରନାଥଙ୍କ ପ୍ରଚାର ହେଲା ଏବଂ ଭକ୍ତମାନେ ଅଣସର ସମୟରେ ଏଠାରେ ନାରାୟଣଙ୍କ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରି ପୂଣ୍ୟ ଲାଭ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.