Below header

ମମତାଙ୍କ ମହାମେଳି: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡାକିଲେ ଅଣବିଜେପି ବୈଠକ, ଯୋଗ ଦେଲାନି ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଅଣବିିଜେପି ବିରୋଧୀ ଦଳଙ୍କ ବୈଠକ। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ ଠାରେ ବୈଠକ ଆରମ୍ଭ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ରଣନୀତି ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି। ବୈଠକରେ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି ସମେତ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି।


କିନ୍ତୁ ଟିଆରଏସ, ୱାଇଏସଆରସିପି, ଆପ୍‌, ବିଜେଡି ଓ ଅକାଳୀ ଦଳ ଏହି ବୈଠକରେ ସାମିଲ ହୋଇନାହାନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଓ ୨୧ତାରିଖରେ ଗଣତି ହେବ।

Also Read: ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା, ମାମୁ ଘର ଲୋକ ଆଣିଲେ ସଂଘାତିକ ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.