ଦିଲ୍ଲୀ: ଶ୍ୱାସନଳୀରେ ଫସିଗଲା ମୋମୋ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ! ଚେତାବନୀ ଜାରି କଲା AIIMS

ମୋମୋ ଖାଇ ଦିଲ୍ଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ଏମ୍ସ ମୁତାବକ, ବ୍ୟକ୍ତି ଜଣକ ମୋମୋକୁ ଚୋବାଇ ନ ଖାଇ ଗିଳି ପକାଇଥିଲେ, ଯାହାଫଳରେ ତାଙ୍କ ଶ୍ୱାସରୁଦ୍ଧ ହୋଇ ଯାଇଥିଲା। ଏହି ଘଟଣା ପରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଲୋକଙ୍କ ଉଦ୍ଦେଶ୍ୟରେ ଏକ ଚେତାବନୀ ମଧ୍ୟ ଜାରି କରିଛି। ଏମିତିରେ ଯଦି ଆପଣଙ୍କର ମୋମୋ ଖାଇବାର ଅଭ୍ୟାସ ଥାଏ, ତା’ ହେଲେ ଏମ୍ସର ଏହି ଚେତାବନୀକୁ ଅଣଦେଖା କରନ୍ତୁ ନାହିଁ।

ଏମ୍ସର କହିବା ଅନୁସାରେ, ମୋମୋ ଖାଇ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ତାଙ୍କ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ଶ୍ୱାସନଳୀରେ ଏକ ମୋମୋ ଖଣ୍ଡ ଫସି ଯାଇଥିଲା, ଯେଉଁ କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା। ମୋମୋ ଫସିଯିବା କାରଣରୁ ସେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ ଏବଂ ନ୍ୟୁରୋଜେନିକ୍‌ କାର୍ଡିଆକ୍‌ ଅରେଷ୍ଟ୍‍ ଆସିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ଏହି ଘଟଣା ପରେ ଏମ୍ସ ଚେତାବନୀ ଜାରି କରି କହିଛି କି, ମୋମୋଜ୍‌ ଚିକ୍କଣ ଏବଂ ଖସଡ଼ା ହୋଇଥାଏ। ଯଦି କେହି ବ୍ୟକ୍ତି ଠିକ୍‌ ଢଙ୍ଗରେ ମୋମୋକୁ ଚୋବାଇ ନ ଖାଇବେ ଏବଂ ତାହାକୁ ଗିଳିଦେବେ, ତା’ ହେଲେ ତାଙ୍କର ଶ୍ୱାସରୁଦ୍ଧ ହେବାର ସମ୍ଭାବନା ରହିଛି। ଏଣୁ ମୋମୋ ଖାଇବା ବେଳେ ସବୁବେଳେ ଏହି କଥା ଉପରେ ଧ୍ୟାନ ରଖନ୍ତୁ।

You might also like