ଜଗତସିଂହପୁର ସାନ ପାଣିତିରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୧୦ବଖରା ଘର ପୋଡି ପାଉଁଶ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଓସକଣା ପଞ୍ଚାୟତ ସାନ ପାଣିତିରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ।୧୦ବଖରା ଘର ପୋଡି ପାଉଁଶ ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ସାନ ପାଣିତିରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଆଖି ପିଛୁଳାକେ ୧୦ବଖରା ଘର ନିଆଁ ଆଁକୁ ଚାଲିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବାଲିକୁଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଅସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାର ଖବର ମିଳିଛି। କିନ୍ତୁ ଏଯାଏ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.