କୋଭିଡ ନିୟମ ମାନି କୋଲକତାର ବିଭିନ୍ନ ମନ୍ଦିରରେ ପାଳିତ ହୋଇଛି ରଥଯାତ୍ରା

କୋଲକତା(କେନ୍ଯୁଜ୍):  କଲିକତାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇନଥିଲେ ମଧ୍ଯ ପ୍ରଥାଗତ ଭାବେ ପୂଜା ପାଇଛନ୍ତି। ସାମାଜିକ ଦୂରତ୍ବ ରକ୍ଷା କରି ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିସରରେ ନିର୍ମିତ ସ୍ବତନ୍ତ୍ର ବେଦିରେ ଜଗନ୍ନାଥ, ବଳଭଦ୍ର, ଦେବୀ ଶୁଭଦ୍ରା ଏବଂ ସୁଦର୍ଶନଙ୍କୁ ସ୍ଥାନାଭିଷେକ କରାଯାଇଛି।

kolkata rathaସେହିଭଳି ପଶ୍ଚିମବଙ୍ଗର ମାୟାପୁର ଇସ୍କନ ଏବଂ ଶ୍ରୀରାମପୁର ମାହେଶ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିସବୁ ସ୍ଥାନରେ କୋଭିଡର ଗାଇଡଲାଇନ୍ ମାନି ବିଧିରକ୍ଷା ପୂର୍ବକ ସିମିତ ପରିବେଶଷର ରଥଯାତ୍ରା ହୋଇଥିଲା। ଇସ୍କନ ମନ୍ଦିର ପରିସରରେ ରଥଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ପ୍ରାଚୀନ ମାହେଶ ରଥ ଗଡିନଥିଲା। କେବଳ ମନ୍ଦିର ମଧ୍ଯରେ ଦେବ ଦର୍ଶନ କାର୍ଯ୍ଯସୂଚୀ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗର ଶ୍ରୀକ୍ଷେତ୍ରଭାବେ ଚର୍ଚ୍ଚିତ ଖିଦିରପୁର ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ରକ୍ଷା କରି ଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.