ପୁଣି ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ମୋଟ ୧୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮୧,୨୨୪ କ୍ୟୁସେକ ଜଳ ପ୍ରବେଶ , ୨ଲକ୍ଷ ୩୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ଯ୍ୟନ୍ତ ବାମ ସ୍ପିଲ୍‌ୱେର ୬ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ରହିଥିଲା। ୧୦ଟି ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧ ଫୁଟ୍‌ରୁ ଅଧିକ ହ୍ରାସ ପାଇଥିଲା। ଗୁରୁବାର ଗେଟ୍ ଖୋଲିଲା ବେଳକୁ ଜଳସ୍ତର ୬୧୮.୦୪ ଫୁଟ୍‌ ଥିଲାବେଳେ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ୬୧୬.୭୩ ଫୁଟ୍‌କୁ ଖସିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.