ନାବାଳିକା ନିଖୋଜ ପ୍ରତିବାଦରେ ୧୨ଘଣ୍ଟିଆ ଗୁଡାରୀ ବନ୍ଦ

ରାୟଗଡା(କେନ୍ୟୁଜ୍): ନାବାଳିକା ନିଖୋଜ ପ୍ରତିବାଦରେ ୧୨ଘଣ୍ଟିଆ ଗୁଡାରୀ ବନ୍ଦ ପାଳନ। ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଗୁଡୁଲା ସାଇସ ରୂପା ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି। ଏନେଇ ଗୁଡାରି ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନି ।

ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ଗୁଡାରୀ ବନ୍ଦ ପାଳନ କରାଯାଉଛି। ସମସ୍ତ ଦୋକାନ ବଜାର ସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ଠପ୍‌ ରହିଛି।

Leave A Reply

Your email address will not be published.