ଦୌରାଜଜ୍‌ଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା ପଡିଲା ମହଙ୍ଗା, ୧୨ ଆଇନଜୀବୀ ଗିରଫ

ସମ୍ବଲପୁର(କେନ୍ୟୁଜ୍): କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ୧୨ ଆଇନଜୀବୀଙ୍କୁ ଗିରଫ କଲା ସମ୍ବଲପୁର ଥାନା ପୋଲିସ। ଦୌରାଜଜ୍‌ଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ କରାଯାଇଛି। ୯ ଜଣଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

CCTV ଫୁଟେଜ୍‌ର ତର୍ଜମା ଚାଲିଛି, ଫୁଟେଜ୍‌ ଦେଖି ଅନ୍ୟମାନଙ୍କୁ ଗିରଫ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କଚେରୀ ଛକରେ ୧୪୪ ଧାରା ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଗତକାଲି ୨୯ ଜଣ ଆଇନ୍‌ଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.