ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା: ପୋଲିସକୁ ସହଯୋଗ କରିଥିବା ଦୁଇ ବ୍ୟକ୍ତି ପୁରସ୍କୃତ

ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ପୋଲିସକୁ ସହଯୋଗ କରିଥିବା ବ୍ୟକ୍ତି ପୁରସ୍କୃତ । ଆଇଜି ଜୟନାରାୟଣ ପଙ୍କଜ ସେମାନଙ୍କୁ ପୁରସ୍କୃତ କରିଛନ୍ତି ।

ଦେବଗଡ଼ (କେନ୍ୟୁଜ୍‌): ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ପୋଲିସକୁ ସହଯୋଗ କରିଥିବା ବ୍ୟକ୍ତି ପୁରସ୍କୃତ । ଆଇଜି ଜୟନାରାୟଣ ପଙ୍କଜ ସେମାନଙ୍କୁ ପୁରସ୍କୃତ କରିଛନ୍ତି । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୁରସ୍କାର ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ସ୍ଥିତ ଏକ ହୋଟେଲର କର୍ମଚାରୀ କୁମୁଦ ସେଠି ଓ ବଡ଼ଗାଁ ଭୋଇପାଲିର ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ମାନପତ୍ର ସହ ୫ ହଜାର ଟଙ୍କାର ଅର୍ଥରାଶି ଦିଆଯାଇଛି ।

ଏହାସହ ଶିଶୁକନ୍ୟା ପିହୁ ମଧ୍ୟ ସେମାନଙ୍କୁ ଗୋଲାପ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ ନେଇଥିଲା । ପୁରସ୍କୃତ ବ୍ୟକ୍ତି ଅପହରଣକାରୀଙ୍କ ବିରୋଧରେ ପୋଲିସକୁ ସୂଚନା ଦେଇଥିଲେ । ଫଳରେ ୧୦ ଘଣ୍ଟା ମଧ୍ୟରେ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.