ମେଡିକାଲରେ ମୃତ ଦେହକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଲାଗିଛି ଟଣାଓଟରା

ବଡ଼ ମେଡିକାଲ ପରିସର ଶବ ବେବଚ୍ଛେଦ ଗୃହ ସମ୍ମୁଖରେ ହୋହାଲ୍ଲା । ମୃତ ସ୍ୱାମୀଙ୍କ ଶବକୁ ନେବା ପାଇଁ ୨ ସ୍ତ୍ରୀ ଅଡ଼ି ବସିଛନ୍ତି । ଶବ ବ୍ୟବଚ୍ଛେଦ ଗୃହ ଆଗରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଖବର ପାଇ ଘଟଣାସ୍ଥଳରେ ଆସି ପୋଲିସ ପହଞ୍ଚି ଆଲୋଚନା କରିଥିଲେ । ପରେ ସମସ୍ତଙ୍କ ଉପସ୍ଥିତରେ ମୃତ ଅଭୟଙ୍କ ଶରୀରକୁ ତା ମା ଙ୍କୁ ଦିଆଗଲା ।

କଟକ(କେନ୍ୟୁଜ୍‌): ବଡ଼ ମେଡିକାଲ ପରିସର ଶବ ବେବଚ୍ଛେଦ ଗୃହ ସମ୍ମୁଖରେ ହୋହାଲ୍ଲା । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ପୁଅ ପୁଅ କହି ଚେତାଶୂନ୍ୟ ହୋଇଯାଉଛି ମା’ । ପାଣି ଛାଟି ମା’କୁ ହୋସ୍‌ କୁ ଆଣିଲା ବେଳକୁ ପୁଣି ପୁଅକୁ ଝୁରି ଝୁରି ତଳେ ଗଡ଼ି ଯାଉଛି ମା । କେମିତି ବା ନ କାନ୍ଦିବ ଏତେ ବଡ଼ ଭେଣ୍ଡିଆ ପୁଅକୁ ହରେଇ କିଏ ବା ସହ୍ୟ କରିପାରିବ । ସେପଟେ ଆମକୁ ମୃତଦେହ ହସ୍ତାନ୍ତର କର ବୋଲି ଚିତ୍କାର କରୁଛନ୍ତି ୨ ଜଣ ସ୍ତ୍ରୀ ଲୋକ । ଏ ଦୃଶ୍ୟ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା । ପାଖକୁ ଯାଇ ବୁଝିବାକୁ ଚେଷ୍ଟା କରିଲାରୁ ଜଣାପଡ଼ିଥିଲା ଯେ, ମେଡିକାଲରେ ଯେଉଁ ମୃତଦେହ ରହିଛି ତାକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଏହି କଳି ଦେଖିବାକୁ ମିଳିଛି ।

ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି, ମୃତକ ଜଣକ ହେଉଛନ୍ତି ଅଭୟ କୁମାର ବେହେରା । ଖୋର୍ଦ୍ଧାର ଫୁଲନଖରା ଟ୍ରାଫିକ ଥାନାରେ ସେ କନେଷ୍ଟବଳ ଥିଲେ । ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ଗାଁରେ । ଗତ ଶନିବାର ଦିନ ଫୁଲନଖରା ଟ୍ରାଫିକ ଥାନାର କନେଷ୍ଟବଳ ଅଭୟ ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଭୟଙ୍କର ଏପରି ସ୍ଥିତିରେ ଦ୍ୱିତୀୟ ସ୍ତ୍ରୀ ତାଙ୍କ ପାଖରେ ରହି ତାଙ୍କ ସେବା କରୁଥିଲେ । ହେଲେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅଭୟଙ୍କର ମୃତ୍ୟୁ ଘଟିଥିଲା। ଅଭୟଙ୍କର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଆସି ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଅଭୟଙ୍କର ପ୍ରଥମ ସ୍ତ୍ରୀ ଆସି ସେଠାରେ ପହଞ୍ଚିଥିଲେ ଆଉ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ଯୁକ୍ତିତର୍କ ହୋହାଲ୍ଲାରେ ଫାଟି ପଡ଼ୁଥାଏ ମେଡିକାଲ ପରିସର । ସ୍ୱାମୀର ମୃତଦେହକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଥାଆନ୍ତି ।

ଅଭୟ ଦୁଇଟି ବିବାହ କରିଛନ୍ତି । ଅଭୟଙ୍କ ପ୍ରଥମ ସ୍ତ୍ରୀ ଜଣେ ପୁଲିସ କର୍ମଚାରୀ ଏବଂ ତାଙ୍କର ୭ବର୍ଷର ପୁଅ ରହିଛି । ହେଲେ ୭ବର୍ଷ ହେବ ସେ ପ୍ରଥମେ ସ୍ତ୍ରୀଠାରୁ ଅଲଗା ରହୁଥିଲେ । ପ୍ରଥମ ସ୍ତ୍ରୀଙ୍କ ସହ ଅଭୟଙ୍କର ଛାଡ଼ପତ୍ର ହୋଇନଥିଲା। ହେଲେ ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଅଭୟ ଏହାରି ଭିତରେ ଦ୍ୱିତୀୟ ବିବାହ କରି ସାରିଥିଲେ । କିନ୍ତୁ ଏବେ ମୃତ ସ୍ୱାମୀଙ୍କ ଶବକୁ ନେବା ପାଇଁ ୨ ସ୍ତ୍ରୀ ଅଡ଼ି ବସିଛନ୍ତି । ଅନ୍ୟପଟେ ଦ୍ୱିତୀୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ମୃତ ଦେହକୁ ଅଭୟଙ୍କ ମାଙ୍କୁ ଦେବା ପାଇଁ ନିବଦେନ କରିଥିଲେ ।

ତେବେ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଖବର ପାଇ ଘଟଣାସ୍ଥଳରେ ଆସି ପୋଲିସ ପହଞ୍ଚି ଆଲୋଚନା କରିଥିଲେ । ପରେ ସମସ୍ତଙ୍କ ଉପସ୍ଥିତରେ ମୃତ ଅଭୟଙ୍କ ଶରୀରକୁ ତା ମା ଙ୍କୁ ଦିଆଗଲା । ଏନେଇ ଗାଁ ରେ ଅଭୟଙ୍କ ପାର୍ଥୀବ ଶରୀର ଶେଷକୃତ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.