୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ କମିଟି ବୈଠକର ଦ୍ୱିତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଚାଲିଛି କଂଗ୍ରେସର ମାନସ ମନ୍ଥନ। ଆଜି ପ୍ରଦେଶ କଂଗ୍ରେସ କମିଟିର ଦ୍ୱିତୀୟ ଦିନ ବୈଠକ। ବୈଠକରେ ଟିକେଟ ପାଇବାକୁ ଥିବା ୫୦ ଜଣ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ସାଙ୍ଗଠନିକ ଦକ୍ଷତା ନେଇ ଆଲୋଚନା କରାଯିବ। ୨୦୧୪ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀଙ୍କୁ ମଧ୍ୟ ବୈଠକକୁ ଡକାଯାଇଛି। ଏହାପରେ ପ୍ରାର୍ଥୀଙ୍କ ତାଲିକା ନେଇ ଜିତେନ୍ଦ୍ର ସିଂହ ଓଡିଶା ଗସ୍ତ କରିବେ। ସନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଗତ ଦୁଇ ଦିନ ଧରି ନିର୍ବାଚନ କମିଟି ବୈଠକରେ ଦଳର ରଣନୀତି ଓ କିପରି ବୁଥ୍‌ ସ୍ତରରୁ ଦଳକୁ ମଜଭୁତ୍‌ କରାଯିବ ସେନେଇ ତର୍ଜମା କରାଯାଇଛି।