ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବଜେଟ ଚିଠାକୁ ଅନୁମୋଦନ, ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ଚିଠାକୁ ମିଳିଛି ମଂଜୁରୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବଜେଟ ଚିଠାକୁ ଅନୁମୋଦନ । ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ଚିଠାକୁ ମଂଜୁରୀ ମିଳିଛି । ଏଥର ମଧ୍ୟ କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍‌ ଆସିବ । କୃଷି ଓ ଜଳସେଚନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୁରୀ ହେରିଟେଜ୍‌ କରିଡର ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଟଙ୍କିକିଆ ଚାଉଳ ପାଇଁ ମଧ୍ୟ ବ୍ୟୟବରାଦ । ଏଥର କେନ୍ଦ୍ରୀୟ ଅନୁଦାନ କମିଥିବାରୁ ସମ୍ବଳ ଯୋଗାଡ଼ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆସନ୍ତା ୧୪ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୮ରେ ଉପସ୍ଥାପନ ହେବ । ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.