କରୋନା ଭୟ ! ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚୀନ ହସ୍ପିଟାଲରେ ମଣିଷ ନୁହେଁ ରୋଗୀ ସେବା କରୁଛି ରୋବୋଟ୍

ଭାରତର ପଡୋଶୀ ରାଜ୍ୟ ଚୀନରେ କରୋନା ଭାଇରସ ଏବେ ଭୟାବହ ରୂପ ନେଇଛି ।  ଏଯାବତ ଏହି ଭୟାବହ ଭୁତାଣୁରେ ସଂକ୍ରମିତ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଏଥିରେ ଆକ୍ରାନ୍ତ ମଧ୍ୟ ହେଲେଣି ।  ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଚୀନ ସରକାର ପ୍ରଥମ ସ୍ଥରରେ ୩୦ ଟି 5G ସଞ୍ଚାଳିତ ରୋବୋର୍ଟ ନିର୍ମାଣ କରି ୟୁହାନ ସ୍ଥିତ କେତେକ ମୁଖ୍ୟ ହସ୍ପିଟାଲ ଗୁଡିକରେ ମୁତୟନ କରିଛନ୍ତି ।  ମାରାତ୍ମକ ରୋଗ ପ୍ରଭାବରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ହିଁ ଏପରି ଏକ ଭିନ୍ନ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।  ମୁତୟନ ହୋଇଥିବା ଏହି ଧଳା ରୋବଟର ମୁଣ୍ଡ ଉପରେ ଏକ ହାଇଡ୍ରୋଜେନ ପେରକ୍ସାଇଡ ସ୍ପ୍ରେ ଲଗାଯାଇଥିବା ବେଳେ ପେଟରେ ଏକ ଅତି ବାଇଗଣୀ ରଶ୍ମିର ଲ୍ୟାମ୍ପ ଲଗାଯାଇଛି ।

robot

ଯାହାକି ପରିବେଶରେ ରହୁଥିବା ଏନେକ ପ୍ରକାରର କୀଟାଣୁ ମାନଙ୍କ ଠାରୁ ମଣିଷକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ସାଂଘାଇ ସ୍ଥିତ ରୋବଟ ନିର୍ମାଣକାରି କମ୍ପାନୀ ମୁଖ୍ୟ ।  ଏବେକା ସମୟରେ ଏପରି କୀଟାଣୁ ନିରୋଧୀ ରୋବଟ ମାନଙ୍କୁ ସହରର ପ୍ରମୁଖ ହସ୍ପିଟାଲର ଆଇଶୋଲେସନ ୱାର୍ଡ, ଆଇସିୟୁ, ଅପରେଟିଙ୍ଗ ରୁମ ସମେତ କେତେକ କ୍ଲିନିକ ଗୁଡିକରେ ମଧ୍ୟ ମୁତୟନ କରାଯାଇଛି ।  ଚୀନ ପରି ଏକ ବିଶାଳ ଦେଶରେ ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ନିୟନ୍ତ୍ରଣରେ ରଖିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି ।

robot

ମଣିଷ ବଦଳରେ ରୋବୋଟ୍ ମାନଙ୍କୁ ମୁତୟନ କଲେ ମନୁଷ୍ୟ ସଂକ୍ରମଣର ହାର କିଛିଟା କମିଯାଇପାରେ ।  ଚୀନର ରୋବୋର୍ଟ ପ୍ରସ୍ତୁତକାରୀ କମ୍ପାନୀ CloudMinds ଓ ଚୀନର ଏକ ମୋବାଇଲ ନିର୍ମାଣ କାରୀ କମ୍ପାନୀ ମିଳିତ ଭାବେ 5G ସଞ୍ଚାଳିତ ରୋବୋର୍ଟ ଗୁଡିକୁ ପ୍ରଥମ ସ୍ଥରରେ ମୁତୟନ କରିଛନ୍ତି ।  ଏହି ବିଶେଷ ରୋବଟ ମେଡିକାଲ ଷ୍ଟାଫଙ୍କୁ ପରାମର୍ଶ ଦେବ, କୀଟାଣୁ ଶୋଧନ କରିପାରିବା ସହ ସଫାସୁତରା ଓ ଔଷଧ ବିତରଣ ମଧ୍ୟ ସହଜରେ କରିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.