ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି, ଓଡ଼ିଶାର ୬ ଜଣଙ୍କ ନାଁ ତାଲିକାରେ ଚୂଡାନ୍ତ

୧୦୦ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ୬ ଜଣଙ୍କ ନାଁ ଫାଇନାଲ ହୋଇଥିବା ଜଣାପଡିଛି । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି ।

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ଆସନ୍ତା ଗୁରୁବାର ଦଳ ପକ୍ଷରୁ ଶହେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ନାମ ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ ଆସନ୍ତା ୨୯ ତାରିଖରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହେବ । ଏଥିରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଚୁଡାନ୍ତ ହେବ । ୫୪୩ ଆସନରୁ ୩୭୦ ଆସନ ଜିତିବା ପାଇଁ ପିଏମ ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଦଳୀୟ କର୍ମୀଙ୍କ ପ୍ରସ୍ତୁତି ପାଇଁ ଆଗୁଆ ତାଲିକା ପ୍ରକାଶ କରିବାକୁ ଦଳ ଯୋଜନା ରଖିଛି । ୧୦୦ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ୬ ଜଣଙ୍କ ନାଁ ଫାଇନାଲ ହୋଇଥିବା ଜଣାପଡିଛି । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.