Below header

ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା, ଜାହାଜ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ

ପାରାଦୀପରେ ଜାହାଜ ଏମଭି ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣାରେ ଜାହାଜକୁ ମୁକୁଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ । ଭିଏତନାମାର ଏସିଆ ସିପିଂ କମ୍ପାନୀ ଲିମିଟେଡର ଅଧିକାରୀ ଜୁୟେନ କ୍ୟୁଓକ ଜଣେ ଭାଷା ଅନୁବାଦଙ୍କ ସହ କୁଜଙ୍ଗ କୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି ।

ପାରାଦୀପ : ପାରାଦୀପରେ ଜାହାଜ ଏମଭି ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣାରେ ଜାହାଜକୁ ମୁକୁଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ । ଭିଏତନାମାର ଏସିଆ ସିପିଂ କମ୍ପାନୀ ଲିମିଟେଡର ଅଧିକାରୀ ଜୁୟେନ କ୍ୟୁଓକ ଜଣେ ଭାଷା ଅନୁବାଦଙ୍କ ସହ କୁଜଙ୍ଗ କୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି ।

କୋର୍ଟରେ ଦାଖଲ ହୋଇଥିବା କେସର ଅବିକଳ ନକଲ ପାଇଁ ଆବେଦନ କରାଯାଇଛି। ସେହିପରି ଜାହାଜ ମୁକୁଳାଇବା ପାଇଁ ମାଲିକଙ୍କ ପ୍ରତିନିଧି ଭୁବନେଶ୍ବର କଷ୍ଟମସ କାର୍ଯ୍ୟାଳୟରେ ପହଞ୍ଚି ଯୁଗ୍ମ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ଭିଏତନାମ ନାଗରିକଙ୍କ ସହ ଆଇନଜୀବୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ଜାହାଜର ସମସ୍ତ ୨୧ କ୍ରିଉ ସଦସ୍ୟ ସ୍ଵଦେଶ ଫେରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

ଏମଭି ଦେବୀ ଜାହାଜ ଇଣ୍ଡୋନେସିଆରୁ ଗ୍ରେସିକ୍ ବନ୍ଦରରୁ ଷ୍ଟିଲ ପ୍ଲେଟ ନେଇ ଗତ ମାସ୨୨ ତାରିଖରେ ବାହାରିଥିଲା । ଗତ୨୯ ତାରିଖରେ ଜାହାଜ ଏମଭି ଦେବୀ ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିଲା । ସବୁ କ୍ଲିଅରାନ୍ସ ମିଳିବା ପରେ ଜାହାଜ ବର୍ଥରେ ଲାଗିଥିଲା ଏବଂ ସେଠାରେ ଷ୍ଟିଲ ପ୍ଲେଟ ଲୋଡିଂ ଆରମ୍ଭ ହୋଇଥିଲା। ସନ୍ଦେହ ହେବାରୁ ଜାହାଜ ଯାଞ୍ଚ ବେଳେ ସେଥିରୁ ୨୨ଟି ପ୍ୟାକେଟ କୋକେନ ମିଳିଥିଲା । ଏହି କୋକେନର ଦାମ ୨୨୦ କୋଟି ଟଙ୍କା । ଜାହାଜକୁ ଏବେ ପିଆଇସିଟି ବର୍ଥରୁ କଢାଯାଇ ପାରାଦୀପ ବନ୍ଦରର ସି.କ୍ୟୁ ବର୍ଥ ରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.