ନନ୍ଦନକାନନ ହେବ ବିଶ୍ବ ସ୍ତରୀୟ ‘ଜୁ’

ଆସନ୍ତାକାଲି ନନ୍ଦନକାନନର ପ୍ରତିଷ୍ଠା ଦିବସ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ ଭବନରେ ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନନ୍ଦନ କାନନକୁ ବିଶ୍ବ ସ୍ତରୀୟ ''ଜୁ'' କରିବା ପାଇଁ ଯୋଜନା ରହିଛି । ନନ୍ଦନ କାନନର ପ୍ରତିଷ୍ଠା ଦିବସରେ ମୁଖ୍ୟ କାର୍ଯକ୍ରମ ୱାଲାବି ଏନକ୍ଲୋଜର ଉଦଘାଟନ ହେବ ।

ଭୁବନେଶ୍ୱର : ଆସନ୍ତାକାଲି ନନ୍ଦନକାନନର ପ୍ରତିଷ୍ଠା ଦିବସ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ ଭବନରେ ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନନ୍ଦନ କାନନକୁ ବିଶ୍ବ ସ୍ତରୀୟ ”ଜୁ” କରିବା ପାଇଁ ଯୋଜନା ରହିଛି । ନନ୍ଦନ କାନନର ପ୍ରତିଷ୍ଠା ଦିବସରେ ମୁଖ୍ୟ କାର୍ଯକ୍ରମ ୱାଲାବି ଏନକ୍ଲୋଜର ଉଦଘାଟନ ହେବ ।

ମନିଟରିଙ୍ଗ ଆପ ଲଞ୍ଚ ହେବା ସହ ଛୋଟ ପିଲାଙ୍କ ପାଇଁ ଥିମସଙ୍ଗ ଲଞ୍ଚ ହେଵ । 5T ମାଧ୍ୟମରେ ଟେକନୋଲୋଜିକୁ ଗ୍ରହଣ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି ବୋଲି ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କହିଛନ୍ତି । ନନ୍ଦନକାନକୁ ଆସିବେ ନୂଆ ଅତିଥି । ମାର୍ଚ୍ଚ ପୂର୍ବରୁ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ । ସେଥିପାଇଁ ଦୁବାଇ ସଫାରୀ ପାର୍କ ସହ ଯୋଗା ଯୋଗ ରେ ଅଛୁ । ଖୁବ୍ ଶୀଘ୍ର କେବଳ ବାଘ ନୁହେଁ ଗୋଟେ ସିମ୍ପାଜି , ଧଳା ସିଂହ ସହ ଅନେକ ପକ୍ଷୀ ମଧ୍ୟ ଆସିବେ । ଏହି ଜୀବ ପ୍ରଥମ ଥର ପାଇଁ ନନ୍ଦନ କାନନକୁ ଆସିବେ । ଆଗରୁ ଚିତା ବାଘ ଓ ସିଂହ ନନ୍ଦନ କାନନ ରେ ନଥିଲେ ବର୍ତମାନ ସୁଧା ନନ୍ଦନ କାନନରେ ୧୬୨ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ତାଙ୍କୁ ଆଗାମୀ ଦିନ ରେ ୨୬୦ ପ୍ରଜାତି ଜୀବଜନ୍ତୁ ବଢେଇବାର ଯୋଜନା ରହିଛି ବୋଲି ନନ୍ଦନ କାନନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.