କୋରାପୁଟ: ବାସନ ମଜା ଏବଂ ଘର ଲିପା ପାଇଁ ମାଟି ଆଣୁଥିବା ବେଳେ ଅଘଟଣ, ଚୂନମାଟି ଅତଡ଼ା ଧସି ୩ ମୃତ

କେନ୍ୟୁଜ୍(ବ୍ୟୁରୋ):  ପଟାଙ୍ଗି ବ୍ଲକ ରାଲେଗଡା ଗ୍ରାମ ପଞ୍ଚାୟତ ର ମିରିଆଲୁପାଡୁ ଗ୍ରମାର ୧୧ ଜଣ ଆଦିବାସୀଙ୍କ ଚଇତି ପରବ ପାଖେଇ ଆସୁଥିବା କାରଣରୁ ବାସନ ମଜା ଏବଂ ଘର ଲିପା ମାଟି ଆଣିବା ନିମନ୍ତେ ଶୁକ୍ରବାର ସକାଳ ପ୍ରାୟ ୧୧ ଟା ସମୟରେ ରେଙ୍ଗା ଗ୍ରାମପଞ୍ଚାୟତର ପଡ଼ାଗୁଡା ଗ୍ରାମକୁ ଯାଇଥିଲେ।ସେଠାରେ ମାଟି ଖୋଳୁଥିବା ସମୟରେ ମାଟି ଅତଡା ଖସି ଚାରିଜଣ ମାଟି ଭିତରେ ରହିଯାଇଥିବ ନେଇ ଜଣାପଡିଛି। ସୂଚନା ପାଇ ରାଲେଗଡା ସରପଞ୍ଚ ତ୍ରିନାଥ କୋଟା ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଧାର କରିଥିବା ନେଇ ଜଣାପଡିଛି।

koraput dead 1

ଉଦ୍ଧାର ପରେ ରାମୁଲାମା ମୁଷୁରୀ(୪୦) ତାଙ୍କ ଝିଅ ଦେବୀ ମୁଷୁରୀ(୧୭) ଏବଂ ମିତୁଲା କୋଟା(୨୭) ଙ୍କ ମୃତ୍ୟୁ ଘଟିଥିବା ବେଳେ ମିତୁଲା କୋଟା(୨୮) ଙ୍କୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଟାଙ୍ଗିକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଥିବା ନେଇ ଜଣାପଡିଛି।

koraput dead 3

ଖବର ପାଇ ଘଟଣା ସ୍ଥଳକୁ ପଟାଙ୍ଗି ବିଧ୍ୟାୟକ ପିତମ ପାଢ଼ୀ ଏବଂ ପଟାଙ୍ଗି ଜୋନ- ୧ ର ଜିଲ୍ଲାପରିଷଦ ସଦସ୍ଯ ଲଇଛନ ଖରା ପହଞ୍ଚିଥିଲେ।ରାଲେଗଡା ସରପଞ୍ଚ ତ୍ରିନାଥ କୋଟା ହରିଷଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ସହଯୋଗ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.