ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନୂତନ ବହୁତଳ ପାର୍କିଂକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନୂତନ ବହୁତଳ ପାର୍କିଂକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଏକର ଜମିରେ ୩୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ ପକ୍ଷରୁ ନିର୍ମାଣ ହୋଇଛି ବହୁତଳ ପାର୍କିଂ । ୨୦୧୮ ନଭେମ୍ବରରେ ନିର୍ମାଣ ଆରମ୍ଭ ହୋଇ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା । ଏହି ବହୁତଳ ପାର୍କିଂରେ ଗୋଟିଏ ସମୟରେ ୫୮୩ ଚାରି ଚକିଆ ଏବଂ ୬୦୦ଟି ଦୁଇ ଚକିଆ ଗାଡି ରହିପାରିବ ।

ଏହି ପାର୍କିଂ ଏରିୟାରେ ୬ ଘଣ୍ଟା ପାଇଁ ସାଇକେଲ୍‌ ପାର୍କିଂ କଲେ ୫ ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୨୦ ଟଙ୍କା, ତିନି ଚକିଆ ଗାଡି ପାଇଁ ୩୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୪୦ ଟଙ୍କା ଓ ବସ୍‌ ରଖିବା ପାଇଁ ୭୦ ଟଙ୍କା ଦେବାକୁ ପଡିବ । ଏଠି ଫୁଡ୍‌ କୋର୍ଟ ସହ ପାଣିର ବ୍ୟବସ୍ଥା ରହିଛି । ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଅଲଗା ଓ୍ଵାସ୍‌ ରୁମ୍‌ ସୁବିଧା, ଡିଜଟାଲ୍‌ ଟିକେଟ୍‌ ବ୍ୟବସ୍ଥା କରାଯାଇଛି । ଏହି ବହୁତଳ ପାର୍କିଂ ସେବା ଆରମ୍ଭ ହେଲେ ନନ୍ଦନକାନନ ପୋଲିସ୍‌ ଷ୍ଟେସନ୍‌ରୁ ବାରଙ୍ଗ ବାଇପାସ୍‌ ରୋଡ୍‌ ଯାଏଁ ହେଉଥିବା ଟ୍ରାଫିକ୍‌ ଜାମ୍‌ କମ୍‌ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.