କଳାହାଣ୍ଡିର ବିସ୍ମୟୀ ବାଳିକା ଆରାଧନା, ୩ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ

ଧର୍ମଗଡ଼(କେନ୍ୟୁଜ୍):  ତୁଳସି ଦୁଇ ପତ୍ରରୁ ବାସେ  । ମାତ୍ର ତିନି ବର୍ଷର କୁନି ଝିଅ ନିଜର ପ୍ରତିଭାର ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ପ୍ରଶଂସା ପତ୍ର ସହିତ ପୁରଷ୍କୃତ କରାଯାଇଛି । ମିଳିଥିବା ସୁଚନାରୁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ଅଜିତ କୁମାର ରାଉତଙ୍କ ଏକ ମାତ୍ର ଝିଅ ଆରାଧନା ରାଉତ ।

india record 1

ଗତ ଅଗଷ୍ଟ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ଜାତୀୟ ପତାକା, ମାନବ ଶରୀରର ବିଭିନ୍ନ ଅଙ୍ଗ, କମ୍ପ୍ୟୁଟରର ବିଭିନ୍ନ ଅଂଶ, ଅନେକ ସ୍ୱାଧୀନତା ସଂଗ୍ରାମୀ, ବିଭିନ୍ନ ଫଳ, ଐତିହାସିକ ସ୍ଥାନ, ଜାତୀୟ ଚିହ୍ନ, ପନି ପରିବା, ବନ୍ୟ ପଶୁ ପକ୍ଷୀ, ଗୃହ ପାଳିତ ପଶୁ ପକ୍ଷୀ, ରାଜ୍ୟ ଓ ରାଜଧାନୀ ମାନଙ୍କର ନାମ, ତଥା ବିଭିନ୍ନ ବିଷୟର ୨୫ ଗୋଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଓ ବିପରୀତ ଶବ୍ଦ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବରେ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ କୃତକାର୍ଯ୍ୟ ହୋଇଛନ୍ତି ।

ଏହାକୁ ନେଇ ଆରାଧନାଙ୍କ ମାତା ପିତା ବେଶ୍ ଖୁସି ଥିବା ଜଣାପଡିଛି । ଅନ୍ୟପଟେ ପରିବାର ସଦସ୍ୟଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁଁ ସେ ନିଜ ପ୍ରତିଭା ଦେଖାଇ ପାରିଥିବା ଆରାଧନାଙ୍କ ମାତାପିତା ଜଣାଇଛନ୍ତି । ଅଳ୍ପ ବୟସରେ ଏପରି କୃତିତ୍ୱ ପାଇଁ ଆରାଧନା ରାଉତ (ସିଲ୍କି)ଙ୍କୁ  ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.