ବଡ଼ମ୍ବା: ନଦୀରେ ଗାଧୋଇବା ହେଲା କାଳ, ଭାସିଗଲେ ତିନି ଯୁବକ, ଉଦ୍ଧାର କାର୍ଯ୍ୟ ଜାରି
କଟକ(କେନ୍ୟୁଜ୍): ଗାଧୋଉଥିବା ମହାନଦୀରେ ଭାସିଗଲେ ତିନି ଯୁବକ। ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ସଂଖାମେରୀ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଖୋଜଙ୍କ ଉଦ୍ଧାର ପାଇଁ ବଡ଼ମ୍ବା ଦମକଳ ବାହିନୀ ନିୟୋଜିତ ହୋଉଥିବା ବେଳେ ତାଙ୍କର ଖୋଜଖବର ମିଳିନାହିଁ। ପରେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଆଠଗଡ଼ରୁ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନିଖୋଜ ଜଣକ ସଂଖାମେରୀରେ ମାମୁଘରେ ରହୁଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।