ମୋହନା ଢେପାଲାଞ୍ଜୁ ଗାଁ ନିକଟରେ ଓଲଟିଲା ସ୍କୁଲ ଅଟୋ, ୫ ଛାତ୍ରୀ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଢେପାଲାଞ୍ଜୁ ଗ୍ରାମ ନିକଟରେ ଏକ ଅଟୋ ଓଲଟି ୫ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆହତ ହୋଇଛନ୍ତି। ଅଟୋଟି ୧୦ ଜଣ ଛାତ୍ରୀ ଙ୍କୁ ନେଇ ଗୁଣ୍ଡିମା ସ୍ଥିତ ଆଦର୍ଶ ବିଦ୍ୟାଳୟରୁ ମୋହନା ଆସୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବା ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଆହତ ଛାତ୍ରୀ ମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।