ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ ହୋଇଯାଇଛି। ଆଜି ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ , ହାଇଦ୍ରାବାଦସ୍ଥିତ ୟୁଏସ୍ କନ୍‌ସୁଲେଟ୍ ଜେନେରାଲ୍‌ର ପବ୍ଲିକ୍ ଆଫାୟାର୍ସ ଅଫିସର ଡାଭିଡ୍ ମୋୟର, ପ୍ରଜ୍ଜ୍ୱଳାର ପ୍ରତିଷ୍ଠାତା ସୁନିତା କ୍ରିଷ୍ନନ୍‌, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର , ଆଇସିଡିଏସ୍ ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ , ପ୍ରସିକ୍ୟୁସନ ନିର୍ଦ୍ଦେଶକ ତାରା ପ୍ରସାଦ ରଥ, ରାଜ୍ୟ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ସଦସ୍ୟ-ସଚିବ ରାଜେଶ ଦାଶ, ଆଇଜେଏମ୍‌ର ଗଭର୍ଣ୍ଣମେଣ୍ଟ ରିଲେସନ୍ ମୁଖ୍ୟ ମେଲିଟା ଫର୍ଣ୍ଣାଣ୍ଡିସ୍‌ଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହିସବୁ ହ୍ୟାଣ୍ଡବୁକ୍ ଉନ୍ମୋଚନ କରିଥିଲେ।

prajjwala 2 ଏହିସବୁ ହ୍ୟାଣ୍ଡବୁକ୍‌ରେ ମାନବ ଚାଲାଣ ସଂପର୍କିତ ବିଭିନ୍ନ ଆଇନ, ନୀତି ଏବଂ ଅଦାଲତ ରାୟ ସ୍ଥାନ ପାଇଛି। ଏହି ସବୁ ହ୍ୟାଣ୍ଡ ବୁକ୍ ମାନବ ଚାଲାଣ ରୋକିବା ଦିଗରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନ୍ୟାୟିକ ଅଧିକାରୀ, ଅଭିଯୋଜନ ଅଧିକାରୀ, ଶିଶୁ କଲ୍ୟାଣ କମିଟି, ଶ୍ରମ ଅଧିକାରୀ, ନାଗରିକ ସାମଜ ଅନୁଷ୍ଠାନ ପାଇଁ ଦକ୍ଷତାର ସହ ମାନବ ଚାଲାଣ ରୋକିବାରେ ସହାୟକ ହେବ। ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ ଏହି ସବୁ ହ୍ୟାଣ୍ଡ ବୁକ୍ ଉନ୍ମୋଚନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କୃତଜ୍ଞତା ଜଣାଇବା ସହ, ପ୍ରଜ୍ଜ୍ୱଳାର ଏହି ଅନନ୍ୟ ପ୍ରୟାସ ପାଇଁ ଏହାର ପ୍ରତିଷ୍ଠାତା ସୁନିତା କ୍ରିଷ୍ଣନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

prajjwala 1

ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ଓଡିଶାରେ ମାନବ ଚାଲାଣ ରୋକିବା ଦିଗରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାଇଁ ବେଶ ସହାୟକ ହେବ। ମାନବଚାଲାଣ ରୋକିବା ଦିଗରେ ପ୍ରଜ୍ଜ୍ୱଳା, ହାଇଦ୍ରାବାଦସ୍ଥିତ ୟୁଏସ୍ କନ୍‌ସୁଲେଟ୍ ଜେନେରାଲ ଓ କିସ୍ ମିଳିତ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ଛଡ଼ା କଳିଙ୍ଗ ଫେଲୋସିପ୍ ମାଧ୍ୟମରେ କିଟ୍ ଓ କିସ୍ ଲିଙ୍ଗଗତ ସମାନତା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ ମହିଳା ଓ ଶିଶୁ ଚାଲାଣ ଲିଙ୍ଗଗତ ହିଂସା ରୋକିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.