ଭାରତର ସ୍ପିନ୍‌ ଆଟାକ୍‌ରେ ମାଟି କାମୁଡ଼ିଲା ଇଂଲଣ୍ଡ, ଜାଣନ୍ତୁ କେତେ ରନ୍‌ରେ ଅଲ୍‌ଆଉଟ୍‌

ଅହମଦାବାଦ : ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆଜି ଇଂଲଣ୍ଡକୁ ପାଣି ପିଆଇ ଦେଲେ ଭାରତୀୟ ସ୍ପିନର । ଆଜି ଉଦଘାଟିତ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ ପୂରା ଦମ୍‌ରେ ବୋଲିଂ କରିଥିଲେ । ଆଉ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଦେଇଥିଲେ । ଫଳରେ ଇଂଲଣ୍ଡ ଦଳ ପ୍ରଥମ ପାଳିରେ ମାତ୍ର ୧୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ।

ASHWIN

ଏହି ଦିବାରାତ୍ର ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ପେସ୍‌ ବୋଲର ଇଶାନ୍ତ ଶର୍ମା ତୃତୀୟ ଓଭରରୁ ଓ୍ଵିକେଟ୍‌ ଝଡ଼ାଇବା ଆରମ୍ଭ କଲେ । ସେ ସିବଲୀଙ୍କୁ ତୃତୀୟ ଓଭରରେ ଶୂନରେ ଆଉଟ୍‌ କରିବା ପରେ ଇଂଲଣ୍ଡ ଖେଳାଳିମାନେ ପାଭିଲିଆନ୍‌କୁ ଧାଡ଼ି ଲଗାଇ ଦେଲେ । କେବଳ ଓପ୍ନର ଜ୍ୟାକ୍‌ କ୍ରଲୀ ୮୪ ବଲ୍‌ରେ ୫୩ ଏବଂ ଜଏ ରୁଟ୍‌ ୩୭ ବଲ୍‌ରେ ୧୭ ରନ୍‌ କରିଥିଲେ । ଆର୍ଚର କରିଥିଲେ ୧୧ ରନ୍‌ । ଏମାନଙ୍କ ବାଦ୍‌ ଆଉ କେହି ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ ।

SCORE-1

ଭାରତ ପକ୍ଷରୁ ଯୁବ ବୋଲର ଅକ୍ଷର ପଟେଲ ୩୮ ରନ୍‌ରେ ୬ଟି ଏବଂ ଭେଟେରାନ୍‌ ଅଶ୍ୱିନ୍‌ ୨୬ ରନ୍‌ରେ ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ମଜାର କଥା ହେଉଛି, ଭାରତର ଦୁଇ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ମୋଟ ୧୧ ଓଭର ବୋଲିଂ କରିଥିବା ବେଳେ ବାକି ଓଭର ସବୁ ଲଗାତର ଭାବେ ଦୁଇ ସ୍ପିନର ବୋଲିଂ କରିଥିଲେ ।

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.