ସମ୍ବଲପୁର ଗସ୍ତରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ବିଜେଡିର ମିଶନ ପଶ୍ଚିମ ଓଡ଼ିଶା । କଳାହାଣ୍ଡି ପରେ ସମ୍ବଲପୁର ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ।

ସମ୍ବଲପୁର (କେନ୍ୟୁଜ): ବିଜେଡିର ମିଶନ ପଶ୍ଚିମ ଓଡ଼ିଶା । କଳାହାଣ୍ଡି ପରେ ସମ୍ବଲପୁର ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି । ଏଥିସହ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ସାଥିରେ ଆର୍‌ଡିସି, ଜିଲ୍ଲାପାଳ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ସୂଚନା ଅନୁସାରେ ଶୁକ୍ରବାର 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ସମ୍ବଲପୁର ଗସ୍ତରେ ଆସିଥିଲେ । ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଆଜି ସକାଳ ୮ଟାରେ ମାଁ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଛନ୍ତ । ଆଜି କୁଚିଣ୍ଡା ଓ ରେଢ଼ାଖୋଲରେ ମଧ୍ୟ ତାଙ୍କର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦଘାଟନ କରାଯିବାକୁ ନେଇ ସ୍ଥିର ହୋଇଥିବାବେଳ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ । ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ତାର କାର୍ଯ୍ୟ କେତେ ଦୂର ଗଲା, ତାହାର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଗତ ୨୦୧୯ ନିର୍ବାଚନରେ ବିଜେଡି ଯେଉଁଠି କମଜୋର ଥିଲା, ଅର୍ଥାତ ହାରିଥିଲା । ଏହାସହ ଯେଉଁଠି ଅଳ୍ପ ଭୋଟରେ ବିଜୟୀ ହୋଇଥିଲା ଦଳ ତାହା ଉପରେ ଫୋକସ କରୁଛି ବିଜେଡି। ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପଶ୍ଚିମ ଓଡ଼ିଶା ଗସ୍ତରୁ ଏହାର ଆଭାସ ମିଳୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.