Below header

କଳାହାଣ୍ଡି: ଡାଇରିଆ ବ୍ୟାପି ୧୩ ଆକ୍ରାନ୍ତ,୬ ଗୁରୁତର

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍କ ପଞ୍ଚାୟତର ଡୁର୍ଲାବୁଣ୍ଡେଲ ଓ ସାକେଶକୁଣ୍ଡରୁ ଗ୍ରାମରେ ଡାଇରିଆ ବ୍ୟାପି ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତ ୧୪ ତାରିଖରୁ ଏହି ଗାଁରେଝାଡାବାନ୍ତି ଆରମ୍ଭ ହୋଇଥିଲା । ଖବର ପାଇ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟ ବିଭାଗ ସେହି ଗାଁ ରେ ପହଞ୍ଚି ପହଁଚି ଲୋକଙ୍କୁ ସେବା ଯୋଗାଇଥିବା ବେଳେ ଗୁରୁତରଙ୍କୁ ଡାକ୍ତର ଖାନାକୁ ଆଣି ଭର୍ତି କରିଛନ୍ତି ।

kalahandi1ଅନ୍ୟପଟେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ରୋଗୀଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିବା ପାଇଁ ପ୍ରାୟ ୩ କିମି ବାଟ ଖଟିଆରେ ବୋହି ଅଣାଯିବା ପରେ ବଙ୍କାକୁଣ୍ଡରୁ ଡାକ୍ତର ଖାନାକୁ ଅଣାଯାଇ ଚିକିତ୍ସା ଚଳାଇଛି ସ୍ବାସ୍ଥ୍ୟ ଭିଭାଗ । ଗାଁରେ ପାନୀୟ ଜଳର ବ୍ୟବସ୍ଥା ନଥିବା ଯୋଗୁ ନିକଟସ୍ଥ ସିତଲା ଝରଣର ପାଣିକୁ ଲୋକେ ବ୍ୟବହାର କରି ଝାଡା ବାନ୍ତିରେ ଆକ୍ରାନ୍ତ ହେଉଥିବ ଗ୍ରାମବାସି ଅଭିଯୋଗ କରିଛନ୍ତି।

ଅପହଞ୍ଚ ଅଞ୍ଚଳ ଲୋକ ଙ୍କ ପ୍ରତି ସରକାର ଅଣଦେଖା କରି ଆସୁଛନ୍ତି । ଭାରତ ସ୍ୱାଧୀନତା ର ୭୩ ବର୍ଷ ପରେ ମଧ୍ୟ ଲୋକେ ନିଜ ମୌଳିକ ସୁବିଧାରୁ ବଂଚିତ ଶିକ୍ଷା , ସ୍ବାସ୍ଯ , ବିଜୁଳି , ରାସ୍ତା , ପାନୀୟଜଳରୁ ବହୁ ଦୂରରେ । ଏଠାରେ ବସ ବାସ କରୁ ଥିବା ଲୋକେ ଏକ ଦୁର୍ବିସହ ଜୀବନ ଯାପନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ସରକାର ଏହି ଅପହଞ୍ଚ ଅଞ୍ଚଳବାସୀ ଙ୍କ ଦୁଃଖ କେବେ ଦୂର କରିବେ ତାକୁ ହିଁ ଲୋକେ ଅନେଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.