Below header

ଟ୍ରକ ଜାମରେ ଫସିଲା ଅଟୋ, ଶେଷରେ ଅସହ୍ଯ ଯନ୍ତ୍ରଣା ସହିନପାରି ଗାଡି ଭିତରେ ପୁତ୍ରସନ୍ତାନ ଜନ୍ମ ଦେଲେ ଗର୍ଭବତୀ

ଆନନ୍ଦପୁର : ଜାତୀୟ ରାଜପଥ ୨୦ର କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଫଳରେ ରାସ୍ତାଟି ଅନେକ ସମୟ ସମ୍ପୁର୍ଣ୍ଣ ରୂପେ ଅବରୋଧ ହୋଇ ରହୁଥିବା ବେଳେ ଦୁଖଃ ଦୁର୍ଦ୍ଦଶାରେ ସମୟ କାଟୁଛନ୍ତି ଆନନ୍ଦପୁରବାସୀ।

ତେବେ ମିଳିଥିବା ସୂଚନା ମୁତାବକ,  ମହୁଲଡିହା ଥାନା ଧାତିକିଡିହା ଗାଁର ଚକ୍ରଧର ମଢେଇଙ୍କ ପତ୍ନୀ ସୁକାନ୍ତିଙ୍କର ଗର୍ଭ ଯନ୍ତ୍ରଣା ହେବାରୁ,  କୋଡ଼ପଡ଼ାରୁ ଏକ ଅଟୋରେ ତାଙ୍କୁ ନେଇ ଆନନ୍ଦପୁର ଡାକ୍ତରଖାନାକୁ ବାହାରିଥିଲେ ପରିବାର ଲୋକେ। ଡାକ୍ତରଖାନାରେ ଶୀଘ୍ର ପହଁଚିବା ଆଶାରେ ଆନନ୍ଦପୁର ବ୍ୟାରେଜ ରାସ୍ତାରେ ଆସୁଥିବା ବେଳେ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଭିଡରେ ଫସିଯାଇଥିଲେ। ସେପଟେ ସୁକାନ୍ତିଙ୍କର ଗର୍ଭଯନ୍ତ୍ରଣା ବଢିବାକୁ ଲାଗିଥିଲା।

ଚକ୍ରଧର ଓ ଅଟୋ ଚାଳକ ଟ୍ରକ ଡ୍ରାଇଭର ମାନଙ୍କୁ ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ କି ବାଟ ଛାଡି ନଥିଲେ। ଶେଷରେ ଅଟୋରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ ସୁକାନ୍ତି। ଭିଡ଼ ହଟିବା ପରେ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.