ଅସହ୍ୟ ଶୀତରେ ଥରୁଛି ରାଜ୍ୟ: ସବୁଠାରୁ ଥଣ୍ଡା ସହର ଫୁଲବାଣୀ, ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ। ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି।

ପାଖାପାଖି ୧୨ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। ରାଜ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ତଥାପି ଆଗାମୀ ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପାରଦ ଯେତିକି ଖସୁଛି, ଯେତିକି ବଢୁଛି ଶୀତର ପ୍ରକୋପ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।