କମିସନରେଟ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ, ୭ ଗିରଫ

ଭୁବନେଶ୍ଵର(କେନୁଜ) : ବଡ଼ ଧରଣର ସାଇବର ଲୁଟେରା ଗ୍ୟାଙ୍ଗ ଠାବ। କମିସନରେଟ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ। ୭ ଲୁଟେରାଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧୫୦ ମୋବାଇଲ ଓ ୧୭ହଜାର ସିମ୍ । କଟକରେ ଅଫିସ କରି ଚଳାଇଥିଲେ ଗ୍ୟାଙ୍ଗ । ବିଭିନ୍ନ ଆଳରେ ଲୋକଙ୍କୁ ଫୋନ କରି ଠକୁଥିଲେ କୋଟି କୋଟି ଟଙ୍କା । ଲୁଟ୍ କରିବା ପରେ ସିମ୍କାର୍ଡକୁ ନଷ୍ଟ କରିଦେଉଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିଜିପି ଅଭୟ ।

କଟକ, ବଲେଶ୍ଵର ଓ ଭଦ୍ରକ ଅଞ୍ଚଳରୁ ଏହି ୭ ଜଣ ସାଇବର ଠକ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୪ ଶହରୁ ଅଧିକ ସିମ୍ କାର୍ଡ, ୫ ଲକ୍ଷ ଟଙ୍କାର ମୋବାଇଲ ସହ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତେବେ ଏହି ସାଇବର୍ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି। ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ଆତ୍ମଗୋପନ କରିଥିବା ସୂଚନା ମିଳିଛି। ଏହି ଠକ ଗ୍ୟାଙ୍ଗ୍ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ପ୍ରି ଆକ୍ଟିଭେଟେଡ୍ ସିମ୍ ଜରିଆରେ ଏହି ଠକ ଗ୍ୟାଙ୍ଗ୍ ଅପରାଧ ଘଟାଉଥିଲେ।

ଏହାପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ। ସେମାନେ କଟକରେ ଅଫିସ କରି ଅପରାଧ ଘଟାଉଥିଲେ। କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କ ସିମ୍ କାର୍ଡ ଲକ୍ ହୋଇଯିବା କହି ଲିଙ୍କ୍ ପଠାଇଥିଲେ। ମହିଳା ଜଣଙ୍କ ଏହି ଲିଙ୍କ୍ରେ ସବସ୍କ୍ରାଇବ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ ଏହି ଠକ। ଏହି ମାମଲାର ତଦନ୍ତ ସମୟରେ ଏହି ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.