କୋରାପୁଟ ବୈପାରିଗୁଡାରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ବିରାଟକାୟ ଅଜଗର ସାପ ଉଦ୍ଧାର। ବୈପାରୀଗୁଡା ନିକଟସ୍ଥ ହନୁମାନ ବାଟିକା ଜଙ୍ଗଲରୁ ଏହି ସାତଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି ।

ହନୁମାନଙ୍କ ଦର୍ଶନ ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିର ଗଲାବେଳେ ସାପଟିକୁ ଦେଖିବାକୁ ପାଇଥିଲେ । ଖବରପାଇ ଗ୍ରାମବାସୀ ସାପଟିକୁ ଧରିଥିଲେ। ଉଦ୍ଧାର ଅଜଗରକୁ ବନାଞ୍ଚଳ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ। ସାପଟିକୁ ନମାରି ସୁରକ୍ଷିତ ଭାବେ ଉଦ୍ଧାର କରିଥିବାରୁ ଜଙ୍ଗଲ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.