କୋରାପୁଟର ଦୁର୍ଗମ ଅଂଚଳ ହାତିବାରିରୁ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ସଫଳତା । ଦୁର୍ଗମ ଅଂଚଳ ହାତିବାରିରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

ହାତୀବାରିରୁ ଆନ୍ଧ୍ରକୁ ଚାଲାଣ ହେଉଥିବାବେଳେ ଚଢାଉ କରିଥିଲା ପୋଲିସ । ଗଞ୍ଜେଇ ବୋଝେଇ ୨ଟି ଗାଡି ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.