ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ: ଚଳଚଞ୍ଚଳ ମହାତ୍ମଗାନ୍ଧି ମାର୍ଗ, ପତାକା ଉତ୍ତୋଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମଗାନ୍ଧି ମାର୍ଗ ଚଳଚଞ୍ଚଳ । ୭୪ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟନାୟକ ଯୋଗ ଦେଉଛନ୍ତି । ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଉଛନ୍ତି ୫୦ ଟ୍ରୁପ ।

ପ୍ରଥମ ଥର ପାଇଁ ପରେଡରେ ଆନ୍ଧ୍ରର ଏକ ପୋଲିସ ଟ୍ରୁପ ଭାଗ ନେବ । ପରେଡର ନେତୃତ୍ୱ ନେବେ କେସିଙ୍ଗା SDPO ୟସ ପ୍ରତାପ ଶ୍ରୀମାଲ । ବାଇକରେ ଡେୟାରଡେଭିଲ ସୋ ପ୍ରଦର୍ଶନ କରାଯିବ । ରାଜ୍ୟ ସରକାରଙ୍କ ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼ ସାମିଲ ହେବେ । ରାଜ୍ୟର ଲୋକକଳା, ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟ ପରିବେଷଣ କରାଯିବ । ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଗାନ୍ଧି ମାର୍ଗ । ୩୦ ପ୍ଲାଟୁନ ପୋଲିସ ଫୋର୍ସ ଭୁବନେଶ୍ୱରରେ ମୁତୟନ ରହିଛନ୍ତି । ୨ଶହ ବଛା ବଛା ପୋଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି । ସିସିଟିଭି ଛାଉଣୀରେ ରହିଛି ଗାନ୍ଧୀ ମାର୍ଗ । ସେହିପରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.