କଳିଙ୍ଗ ଟିଭି ଓ କେନ୍ୟୁଜ୍ କାର୍ଯାଳୟରେ ପାଳନ ହେଲା ୭୪ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର(କେନ୍ୟୁଜ୍): ୭୪ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି କଳିଙ୍ଗ ଟିଭି କାର୍ଯାଳୟରେ । ନୂଆପଲ୍ଲୀ ସ୍ଥିତ ଷ୍ଟୁଡିଓ-୨ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ପ୍ରଶାନ୍ତ ସିଂ ଯୋଗ ଦେଇଥିଲେ । ବର୍ତ୍ତମାନର ପ୍ରତିଯୋଗିତାମୂଳକ ଖବର ପରିବେଷଣ ଭିତରେ କଳିଙ୍ଗ ଟିଭିର ଖବର ପ୍ରସାରଣକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ରାଜ୍ୟ, ଦେଶ ବିଦେଶ ଓ ଯୁଦ୍ଧର ଟିକିନିଖି ତଥ୍ୟ ସହିତ ଉପସ୍ଥାପନ କରୁଥିବାରୁ ଏହା ଅଧିକ ଜନାଦୃତ ହୋଇପାରିଛି। ଚ୍ୟାନେଲରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଏହାର ଶ୍ରେୟ ଯାଉଛି।

କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଖବରକୁ ଅତିରଞ୍ଜିତ ନୁହେଁ ବରଂ ତଥ୍ୟ ଭିତ୍ତିକ ଓ ଗଠନ ମୂଳକ ଢଙ୍ଗରେ ପରିବେଷଣ ଆମର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି କହିଥିଲେ । ଏ ଦିଗରେ ଆମେମାନେ ଆହୁରି ଯତ୍ନବାନ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଦିନକୁ ପର୍ବ ଭାବେ ନୁହେଁ ଗର୍ବ ଭାବେ ପାଳନ କରିବାକୁ କଳିଙ୍ଗ ଟିଭିର ମାନବ ସମ୍ବଳ ବିଭାଗ ମୁଖ୍ୟ ମଧୁସ୍ମିତା ଷଡଙ୍ଗୀ ପରାମର୍ଶ ଦେବା ସହ କଳିଙ୍ଗ ଟିଭିର ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ ।  ଏହି ଅବସରରେ କଳିଙ୍ଗ ଟିଭିର ଡେପୁଟି ଚିଫ୍ ଏଡିଟର ତଥା କେନ୍ୟୁଜ୍‌ର ସମ୍ପାଦକ ହିମାଂଶୁ ପତିମଶ୍ର, ଡେପୁଟି ଏଡିଟର ମୃଣାଳକାନ୍ତି ନନ୍ଦ, ମୀନକେତନ ମିଶ୍ର, ସୌମ୍ୟା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.