ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା, ଆଠ ଅଭିଯୁକ୍ତ ଗିରଫ

ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା । ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ ।

ଭୁବନେଶ୍ୱର : ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲାରେ ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା, ବାଇକ ଜବତ । ହୋଲି ସନ୍ଧ୍ୟାରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଘଟାଇଥିଲେ ଆତଙ୍କରାଜ ।

ମୋଟ ଉପରେ ଏ ନେଇ ୪ ଟି କେସ ରୁଜୁ କରାଯାଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଧୋଇବାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା । ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । କିଛି ଯୁବକ ସନ୍ଧ୍ୟା ସମୟରେ ଆସି ଅତର୍କିତ ଆକ୍ରମଣ କରିଥିଲେ।

କିଛି ନିରୀହ ଲୋକେ ମଧ୍ୟ ଏହି ଆକ୍ରମଣ ର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ସିସିଟିଭି ଜବତ କରାଯାଇଥିଲା । ଯାହା ଆଧାରରେ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଏକ କାର ଓ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପାରାଧିକ ମାମଲା ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.