ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ମୃତ ଘଡିଆଳ କୁମ୍ଭୀର

ସମ୍ବଲପୁର(କେନ୍ୟୁଜ୍): ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ମୃତ ଘଡିଆଳ କୁମ୍ଭୀର । ସମ୍ବଲପୁରରେ ମହାନଦୀରେ ମାଛ ମାରୁଥିବା ବେଳେ କୁମ୍ଭୀରଟି ଜାଲରେ ପଡ଼ିଥିଲା । ମୃତ କୁମ୍ଭୀରର ଶରୀରରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି । କୁହାଯାଉଛି ଚଳିତ ବନ୍ୟାରେ କୁମ୍ଭୀରଟି ସାତକୋଶିଆରୁ ଚାଲି ଆସିଥାଇପାରେ । ତେବେ ତାର କିଭଳି ମୃତ୍ୟୁ ହେଲା ଜଣା ପଡିନି । କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.