ବେଆଇନ୍ ଭାବରେ ସାପ ରଖିବା ଅଭିଯୋଗରେ ଜଣେ ଗିରଫ, ମିର୍ଜା ମହମ୍ମଦ ଆରିଫଙ୍କୁ ବାନ୍ଧିଲା ବନ ବିଭାଗ

ବେଆଇନ୍ ଭାବରେ ସାପ ରଖିବା ଅଭିଯୋଗରେ ଭଦ୍ରକରୁ ଜଣେ ଯୁବକ ଗିରଫ । ଭଦ୍ରକ ରେଞ୍ଜ ଅଞ୍ଚଳରୁ ମିର୍ଜା ମହମ୍ମଦ ଆରିଫଙ୍କୁ ଗିରଫ କରିଛି ବନ ବିଭାଗ । ତାଙ୍କଠାରୁ ଦୁଇଟି ବିଷଧର ନାଗ ସାପ ଉଦ୍ଧାର ହୋଇଛି । ଏନେଇ ସୋସିଆଲ୍ ମିଡିଆ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଭଦ୍ରକ (କେନ୍ୟୁଜ): ବେଆଇନ୍ ଭାବରେ ସାପ ରଖିବା ଅଭିଯୋଗରେ ଭଦ୍ରକରୁ ଜଣେ ଯୁବକ ଗିରଫ । ଭଦ୍ରକ ରେଞ୍ଜ ଅଞ୍ଚଳରୁ ମିର୍ଜା ମହମ୍ମଦ ଆରିଫଙ୍କୁ ଗିରଫ କରିଛି ବନ ବିଭାଗ । ତାଙ୍କଠାରୁ ଦୁଇଟି ବିଷଧର ନାଗ ସାପ ଉଦ୍ଧାର ହୋଇଛି । ଏନେଇ ସୋସିଆଲ୍ ମିଡିଆ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ମୋନୋକ୍ଲେଡ୍ ପ୍ରଜାତିର ନାଗ ସାପକୁ ପାଖରେ ରଖିଥିଲେ ମିର୍ଜା ମହମ୍ମଦ । ସବୁଠୁ ବଡ଼ କଥା, ସୋସିଆଲ୍ ମିଡିଆରେ ତାଙ୍କର ଦୁଇଟି ଆକାଉଣ୍ଟ ଅଛି । ଯେଉଁଥିରେ ୨.୮୨ ମିଲିଅନ୍ ଓ ଲକ୍ଷେ ୪୪ ହଜାର ଫଲୋଅର୍ସ ଅଛନ୍ତି ।

ବେଆଇନ ଭାବରେ ସାପ ରଖିବା ଅଭିଯୋଗରେ ସେ ଗିରଫ ହେବା ପରେ ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି। ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମିର୍ଜା ମହମ୍ମଦ ନିଜକୁ ଜଣେ ତାଲିମପ୍ରାପ୍ତ ସ୍ନେକ ରେସକ୍ୟୁର ଲେଖିଛନ୍ତି । ସୋସିଆଲ୍ ମିଡଆରେ ବିଭିନ୍ନ ପ୍ରକାର ସାପ ଓ ବନ୍ୟପ୍ରାଣୀଙ୍କର ଫଟୋ ଓ ଭିଡିଓ ସେୟାର କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.