ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଆସିପାରେ ଓଡ଼ିଶାର ଲୋକସଭା ପ୍ରାର୍ଥୀଙ୍କ ତାଲିକା

ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର CEC ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନ ନେଇ ଆଲୋଚନା ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର CEC ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନ ନେଇ ଆଲୋଚନା ହୋଇଛି । ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା ।

ଓଡ଼ିଶାରେ କେଉଁ ଲୋକସଭା ଆସନରୁ କିଏ ଲଢ଼ିବେ ? କାହାକୁ ମିଳିବ ବିଜେପି ଟିକେଟ ? ଗତକାଲି ଦିଲ୍ଲୀରେ ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟର ପାଖାପାଖି ଅଧାରୁ ଅଧିକ ଲୋକସଭା ସିଟରେ ଘୋଷଣା ହୋଇପାରେ ପ୍ରାର୍ଥୀ । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.