୬୩ ବର୍ଷରେ ସୁସ୍ଥ ଓଡ଼ିଶା ଗଢ଼ିବାକୁ ଅଭିରାମଙ୍କ ପଦଯାତ୍ରା, ଚାଲି ଚାଲି ଗଲେ ଢେଙ୍କାନାଳରୁ ପୁରୀ

ସୁସ୍ଥ ଓଡ଼ିଶା ଗଠନ କରିବା ଭଳି ଏକ ନିଆରା ଲକ୍ଷ୍ୟ ନେଇ ଝାରସୁଗୁଡାରୁ ପାଦରେ ଚାଲି ଚାଲି ପୁରୀ ଯାତ୍ରା କରିଛନ୍ତି ୬୩ ବର୍ଷୀୟ ଅଭିରାମ ଶତପଥୀ। କାନ୍ଧରେ ଗୋଟିଏ ବ୍ୟାଗ ଓ ହାତରେ ଭାରତମାତାର ଜାତୀୟ ପତାକା। ନିଶା ନିବାରଣ ,ମଦ ମୁକ୍ତ ଓଡ଼ିଶା ଗଠନ ବାର୍ତ୍ତା ନେଇ ପରିଣତ ବୟସରେ ଅଭିରାମ ରାସ୍ତାକୁ ଓହ୍ଲାଇଛନ୍ତି। ମନରେ କେବଳ ଗୋଟିଏ ଉଦ୍ଦେଶ୍ୟ ଓଡ଼ିଶାର ଲୋକ କେମିତି ସୁସ୍ଥ ରହିବେ।

ସୁସ୍ଥ ଓଡ଼ିଶା ସୁସ୍ଥ ଭାରତ ଗଢିବା ଲକ୍ଷ୍ୟରେ ଅଭିରାମ ଶତପଥୀ ନିଜ ଗ୍ରାମ ଦୁଲଗାରୁ ଜାନୁଆରୀ ୬ ତାରିଖରେ ବାହାରିଛନ୍ତି। ପ୍ରଥମେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଯାତ୍ରା ଆରମ୍ଭ କରିଛନ୍ତି ଅଭିରାମ। ସେ ଆସନ୍ତା ୧୯ ତାରିଖରେ ଭୁବନେଶ୍ଵରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବେ ଓ ୨୨ ତାରିଖରେ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି ସୁସ୍ଥ ଓଡ଼ିଶା ଓ ଭାରତ ଗଠନ କାମନା କରିବେ। ସେଠାରେ ତାଙ୍କର ଅଭିଯାନ ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ଅଭିରାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.