କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତିର ଶିକାର ହେଲେ ଦୁଷ୍କର୍ମ ପୀଡ଼ିତା: ଜରିମାନା ପାଇଁ ନବଜାତକକୁ ବିକିଦେଲା ଅଭିଯୁକ୍ତ…

କାଲିମେଳା (କେନ୍ୟୁଜ): କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତିର ପୁଣି ଶିକାର ହୋଇଛନ୍ତି ଜଣେ ଦିବ୍ଯାଙ୍ଗ ଦୁଷ୍କର୍ମ ପୀଡ଼ିତା। ନ୍ଯାୟ ମିଳିବା ବଦଳରେ ମିଳିଛି ଲାଞ୍ଝନା। ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ବଦଳରେ କେବଳ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି କଙ୍ଗାରୁ କୋର୍ଟ। ଏହାପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୀଡ଼ିତାଙ୍କ କୋଳରୁ ନବଜାତ ଶିଶୁକୁ ଛଡ଼ାଇ ନେଇ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଛି।

ମିଳିଥିବା ଟଙ୍କା କଙ୍ଗାରୁ କୋର୍ଟରେ ଦାଖଲ କରି ଏବେ ମୁକୁଳା ବୁଲୁଛି ଦୋଷୀ। ଅପରପକ୍ଷରେ କଙ୍ଗାରୁ କୋର୍ଟ କଠୋର ଦଣ୍ଡ ବଦଳରେ ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଗାଁ ଲୋକ ବି ମୁହଁ ଖୋଲିବାକୁ ଭୟ କରୁଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲାରଇ ପଞ୍ଚାୟତ ର ଦିବ୍ଯାଙ୍ଗ ଯୁବତୀ ଦୁଷ୍କର୍ମ ରେ ଶିକାର ହୋଇ ନ୍ଯାୟ ପାଇଁ ଅପେକ୍ଷା ରେ ରହିଛନ୍ତି ଏପରିକି କି ପୀଡ଼ିତାଙ୍କ ମା’ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଦୁଷ୍କର୍ମ ପୀଡିତା ଜଣକ ଦିବ୍ଯାଙ୍ଗ ଅଟନ୍ତି ସେ ଦୁଷ୍କର୍ମ ର ଶିକାର ହୋଇଥିଲେ । ଏମ୍‌. ଭି-77 ର ଶ୍ଯାମଲ ସର୍ନକାର ଯୁବକ ଦିବ୍ଯାଙ୍ଗ କୁ ପ୍ରେମ ଲାଳସା ଦେଖାଇ ଦୁଷ୍କର୍ମ କରିଥିଲା। ସେପଟେ ଏହି ଘଟଣା ରେ ଚର୍ଚା ରେ ଆସିବା ପରେ କାଲିମେଳା cdpo ଘଟଣା ସ୍ଥଳ ରେ ଯିବା ସହ ଗାଁ ଲୋକ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ସେପଟେ ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୁ ଥାନା ରେ ଆଣି ପଚରା ଉଚରା କରୁଛି କାଲିମେଳା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.