Below header

ଟାକ୍ସ ସେଭିଂ ସ୍କିମରେ ଟଙ୍କା ଲଗାଉଥିଲେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ

ଆର୍ଥକ ବର୍ଷ ୨୦୨୧-୨୨ ଶେଷ ହେବାକୁ ଯାଉଛି । ଆଗକୁ ନୂଆ ବିତ୍ତ ବର୍ଷ ଆରମ୍ଭ ହେବ। ଏହି ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ରେ ଆପଣ ସ୍ମାର୍ଟ ପ୍ଲାନିଂ ଅନ୍ତର୍ଗତ ଟାକ୍ସ ସେଭିଂ କରିପାରିବେ। ଯାହାକି ପୂର୍ଣ୍ଣ ରୂପେ ସୁରକ୍ଷିତ। ଅନେକ ଥର ଲୋକ ଟାକ୍ସ ସେଭିଂ କରିବା ପାଇଁ ପ୍ଲାନିଂ କରି କିଛି ଏମିତି ଭୁଲ କରିବସନ୍ତି। ଯାହାଫଳରେ ଫାଇଦା ବଦଳରେ କ୍ଷତି ହୋଇଯାଏ।

ଯଦି ଆପଣ ବି ନୂଆବର୍ଷରେ ଟାକ୍ସ ସେଭିଂ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ କିଛି ଜରୁରୀ କଥାକୁ ଧ୍ୟାନ ରଖନ୍ତୁ। ହାଦ୍ୱାରା ଆପଣଙ୍କ ନିବେଶ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ। ଏହାସହ ଟାକ୍ସ ମଧ୍ୟ ସୁରକ୍ଷିତ ରହିବ। ଅନେକ ଥର ଲୋକ ନିବେଶ କରିବା ସମୟରେ ନିଜ ଟାକ୍ସକୁ ଠିକ ରୂପେ କ୍ୟାଲକୁଲେଟ କରିନଥାନ୍ତି। ଏହିସମୟରେ ସେୟାର ମାର୍କେଟ ସହ ନିବେଶ ସହ ମ୍ୟୁଚୁଆଲ ଫଣ୍ଡ , ଇନକମ ସବୁ କୁ ଠିକ ଭାବେ ଯାଞ୍ଚ କରିବା ଉଚିତ।

ଯଦି ଆପଣ ହୋମ ଲୋନ କରୁଛନ୍ତି ସେତେବେଳେ ଟାକ୍ସକୁ ମଧ୍ୟ କ୍ୟାଲକୁଲେଟ କରନ୍ତୁ। ଏଥିରେ ଆପଣ ହ୍ୟାଣ୍ଡ ସ୍ୟାଲେରି ସହ କେତେ ଟାକ୍ସ ଦେବାକୁ ହେବ ସେ ସମ୍ପର୍କରେ ମଧ୍ୟ ଜଣାପଡ଼ିବ। ଏହା ଦ୍ୱାରା ଆପଣ ନିବେଶ କରିବାର ସଠିକ ଅପସନ ପାଇବେ ।

ଅନେକ ଥର ଲୋକ ଟାକ୍ସ ବଞ୍ଚାଇବା ଆଡରେ ଗୋଟିଏ ପ୍ରକାର ଟାକ୍ସ ସେଭିଂ ସ୍କିମରେ ନିବେଶ କରିଥାନ୍ତି। ଏହି କାରଣରୁ ଆପଣଙ୍କୁ ଫାଇଦା ବଦଳରେ କ୍ଷ ତି ସହିବାକୁ ପଡେ। ଯଦି ଆପଣ 80C ଟାକ୍ସ ସେଭିଂ ସ୍କିମରେ ନିବେଶ କରୁଛନ୍ତି ତେବେ ଦେଢ଼ ଲକ୍ଷର ମୋଟ ନିବେଶକୁ ଧ୍ୟାନରେ ରଖନ୍ତୁ। ଏହାସହିତ ଆପଣ ଭିନ୍ନ ଭିନ୍ନ ଟାକ୍ସ ସେଭିଂ ସ୍କିମରେ ନିବେଶ କରାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.