ଗହୀରମଥାରେ ଅଣ୍ଡା ଦେଉଛନ୍ତି ଅଲିଭ ରିଡଲେ: ଲକ୍ଷ ଲକ୍ଷ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା

ଗହୀରମଥା (କେନ୍ୟୁଜ): ଗତ ୨୩ ତାରିଖରୁ ସାମୁହିକ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ କଇଁଛ । ଦୁଇ ଦିନରେ ପ୍ରାୟ ଚାରି ଲକ୍ଷ ୩୦ହଜାରରୁ ଅଧିକ ଅଣ୍ଡାଦାନ କରିଛନ୍ତି । ୨୫ ତାରିଖ ମଧ୍ୟରାତ୍ରରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୁହିକ ଭାବେ ଅଣ୍ଡାଦାନ କରିଥିବା ବେଳେ ୨୬ତାରିଖରେ ଏକ ଲକ୍ଷ ୮୪ହଜାର ୯୯୪ କଇଁଛ ଅଣ୍ଡାଦାନ କରିଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗୋଟିଏ ଦିନରେ ଅଣ୍ଡାଦାନ କରିବାର ଏହା ଏକ ରେକର୍ଡ ବୋଲି ସୂଚନା ଦେଇଛି ବନବିଭାଗ ।

ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସାମୁହିକ ଅଣ୍ଡାଦାନ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ବିଳମ୍ବ ହୋଇଛି । ଅନ୍ୟପଟେ ଏହି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ହ୍ଵିଲର ଆୟରଲାଣ୍ଡ ପାଖରୁ ୩ କିଲୋମିଟର ମଧ୍ୟରେ ଥିବା ଲୋ ଲାଇଟ ଏରିଆରେ ବାଡ଼ ବୁଜାଯାଇଥିବା ବେଳେ ୧୦୦ ମିଟରରେ ଗୋଟିଏ ସେଗମେଣ୍ଟ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ରାଜନଗର ବନବିଭାଗର ୫୦ ଜଣ ଓ ଭଦ୍ରକ ବନବିଭାଗର ୨୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.